Wednesday, October 14, 2026
22.1 C
Odisha

    ମହିଳା ମାଓବାଦୀକୁ ଗିରଫ କଲା ମାଲକାନଗିରି ପୁଲିସ

    ଆଗକୁ ପଢନ୍ତୁ

    ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। କମ୍ବିଂ ଅପରେସନ ବେଳେ ଜଣେ ମହିଳା ମାଓବାଦୀକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଏମଭି-୭୯ ଥାନା ଅଂଚଳର କୁର୍ତ୍ତି ଗ୍ରାମ୍ୟ ଜଂଗଲରେ ନକ୍ସଲ ବୁଲୁଛନ୍ତି। ତୁରନ୍ତ ଏସଓଜି ଏବଂ ଡିଭିଏଫ ଯବାନ ଅପରେସନକୁ ବାହାରିଥିଲେ। ଅପରେସନ ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ମହିଳା ବୁଲୁଥିବା ଯବାନ ଦେଖିବା ପରେ ସେ ଯବାନଙ୍କୁ ଦେଖି ଦୌଡି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଯବାନ କାବୁ କରିଥିଲେ। ପରେ ମହିଳାଙ୍କୁ ଧରି ପଚରାଉଚରା କରିବା ପରେ ସେ ମାଓ ସଂଗଠନର ଜଣେ କ୍ୟାଡର ନକ୍ସଲ ବୋଲି ପରିଚୟ ଦେଇଥିଲା।

    ଛତିଶଗଡ଼ର ବିଜାପୁର ଜିଲ୍ଲାର କୋଣ୍ଡାରଜୀ ଗ୍ରାମର ବାମନ ମାଣ୍ଡବୀଙ୍କ ଝିଅ ଅନ୍ତି ମାଣ୍ଡବୀ ଅରଫ ଲାକେ(୨୨)। ପୁଲିସ ଲାକେକୁ ଧରି ପଚରାଉଚରା କରିବା ପରେ ସେ ଗତ ୨୦୧୭ରେ ମାଓନେତା ସୁଖରାମଙ୍କ ନେତୃତ୍ବରେ ମାଓ ସଂଗଠନରେ ଜଡିତ ହୋଇଥିଲା। ପରେ ସେ ଦକ୍ଷିଣ ବସ୍ତର ଡିଭିଜନରେ କାମ କରିବା ପରେ ପ୍ଲାଟୁନ ନମ୍ବର ୧୨ରେ ମଧ୍ୟ କାମ କରୁଥିଲା। କେନ୍ଦ୍ରୀୟ କମିଟି ସଦସ୍ୟ ଉଦୟର ସେ ଅଙ୍ଗରକ୍ଷକ ଥିଲା। ମାଲକାନଗିରି ଜଂଗଲରେ ଉଦୟ ସହ ବୁଲୁଥିବା ଅନୁମାନ କରାଯାଉଛି।

    ତେବେ ସେ ସାଦା ପୋଷାକରେ ଅଂଚଳର ଗତିବିଧି ସଂପର୍କରେ ସୂଚନା ସଂଗ୍ରହ କରିବାକୁ ବୁଲୁଥିଲା। ଲାକେ ଏସଏଲଆର ବନ୍ଧୁକ ଧରୁଥିଲା। ଲାକେ ନାମରେ ସରକାର ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ୨୦୨୧ ମସିହା ଅକ୍ଟୋବର ୧୦ ତାରିଖରେ ମାଲକାନଗିରି ଏସପି ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ମାଥିଲି ବ୍ଲକର ଟେମରୁପାଲୀ ପଞ୍ଚାୟତର କଟୁଆପଦର ଗ୍ରାମରେ କିଛି ମହିଳା ଓ ପୁରୁଷ ମାଓବାଦୀ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ପୁଲିସ ଡିଭିଏଫ ଏବଂ ଏସଓଜି ଯବାନଙ୍କୁ ଅପରେସନ ପାଇଁ ପଠାଇଥିଲେ। ସେହି ମସିହା ଅକ୍ଟୋବର ୧୨ ତାରିଖ ଦିନ ଯବାନଙ୍କ ସହ ନକ୍ସଲଙ୍କ ମୁହାଁମୁହିଁ ଜଜାବଟ୍ଟା ଜଂଗଲରେ ହୋଇଥିଲା।

    ଏମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲାକେ ନାମରେ ମାଥିଲି ଥାନାରେ ଦୁଇଟି ପୁଲିସ ଉପରେ ଆକ୍ରମଣ କରିବାର ଘଟଣାରେ ସାମିଲ ଥିବା ବେଳେ ଛତିଶଗଡର ବିଭିନ୍ନ ସ୍ଥାନରେ ୯ଟି ଅଂଚଳରେ ଲାକେ ପୁଲିସ ଉପରେ ଆକ୍ରମଣ କରିବା ଘଟଣାରେ ସାମିଲ ଥିବା ପୁଲିସ କହିଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ଅତିରିକ୍ତ ଏସପି ତପନ କୁମାର ରଥ ଓ ଆର.କେ ଦାସ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ