Wednesday, April 8, 2026
22.9 C
Odisha

    ଝାଡାବାନ୍ତି: ଜଣେ ମୃତ, ୩ ଗୁରୁତର

    ଆଗକୁ ପଢନ୍ତୁ

    ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଧୀନ ଅର୍ଦ୍ଧଶିକ୍ଷିତ ମୁଣ୍ଡା ବସ୍ତିରେ ବ୍ୟାପିଛି ଝାଡାବାନ୍ତି। ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇ ବିଭିନ୍ନ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ନେବାରୁ ଜଣା ଯାଏ ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ଗରୁଡବନ୍ଦି ମୁଣ୍ଡାସାହିରେ ବାସ କରନ୍ତି ଚିତ୍ତ ମୁଣ୍ଡା। ଭଦ୍ରକ ଜିଲ୍ଲା ବଗଧରା ଗ୍ରାମକୁ ନିଜ ଭଉଣି ଘରକୁ ଚିତ୍ତ ମୁଣ୍ଡାଙ୍କ ୩ଝିଅ କଣ୍ଢେଇ ମୁଣ୍ଡା, ନନ୍ଦିତା ମୁଣ୍ଡା, ଲିଲି ମୁଣ୍ଡା ସହ ପଡୋଶୀ ଝରଣା ଦେହୁରୀ ଧାନ ତଳି ରୋଇବାକୁ ଯାଇଥିଲେ। ସେଠାକାର ଜଣେ ଝିଅ ରୂପାଲି ଝାଡାବାନ୍ତିରେ ମୃତ୍ୟୁବରଣ କରିଥିଲେ। ଏହି ୪ଜଣ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକ ସେମାନଙ୍କୁ ଶୁକ୍ରବାର ରାତିରେ ଗାଁକୁ ଆଣିଥିଲେ।
    ଅପରପକ୍ଷେ କଣ୍ଢେଇର ବିବାହିତ ଭଉଣି ନମିତାଙ୍କ ଶାଶୁ ସୁକାନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଗିରିଙ୍ଗା ବହାଳି ଗ୍ରାମରୁ କଣ୍ଢେଇକୁ ଦେଖିବାକୁ ଆସିଥିଲେ। ସୁକାନ୍ତି (୫୨) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋବାରୁ ତାଙ୍କୁ କାମାକ୍ଷାନଗର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ ହୋଇଥିଲା। ଗ୍ରାମର ମଧା ମୁଣ୍ଡାଙ୍କ ବୋହୂ କମଳି ମୁଣ୍ଡା (୧୯)ଙ୍କୁ ଗୁରୁତର ଅବସ୍ଥାରେ ସୁକିନ୍ଦା ଡାକ୍ତରଖାନାରେ ଆଜି ସକାଳୁ ଭର୍ତ୍ତି କରାଯାଇଛି। ଅନ୍ୟତମ ଯୁବକ ଅଜୟ ମୁଣ୍ଡା (୨୫)ଙ୍କୁ ପ୍ରଥମେ ସୁକିନ୍ଦା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
    ଖବର ପାଇ ମଠକରଗୋଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରି ଶ୍ୟାମ ସୁନ୍ଦର ସାହୁ, ମହିଳା ସ୍ବାସ୍ଥ୍ୟ କର୍ମୀ ବିଳାସିନୀ ମିଶ୍ର, ଆଶା କର୍ମୀ ସୌଦାମିନୀ ସାହୁ ଘଟଣାସ୍ଥଳରେ ପହଞ୍ଚି ପାଣି ନମୁନା ସଂଗ୍ରହ କରିବା ସହ ଡାକ୍ତରୀ ସେବା ଯୋଗାଇ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ