Thursday, March 19, 2026
29.1 C
Odisha

    ପୁଲିସ ଇନଫର୍ମର ସଂଦେହରେ ଜଣକୁ ହତ୍ୟା କଲେ ନକ୍ସଲ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। କାଂକେର ଜିଲ୍ଲାର ଛୋଟେବେଠିଆ ଥାନା ଅଂଚଳରେ ଗତ ୧୬ ତାରିଖରେ ପୁଲିସ ଏନକାଉଣ୍ଟରରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ଅସ୍ତଶସ୍ତ୍ର ଜବତ କରିଥିଲା ପୁଲିସ। ତେବେ ଛୋଟେବେଠିଆ ଥାନା ଅଂଚଳର ହିନ୍ଦୁର ଗ୍ରାମର ଜଣେ ଗ୍ରାମବାସୀଙ୍କୁ ଗତକାଲି ନକ୍ସଲ ହତ୍ୟା କରିଥିବା ଜଣାପଡିଛି। ହତ୍ୟା ପରେ ନକ୍ସଲ ଶବକୁ ରାସ୍ତାରେ ଫିଙ୍ଗି ଦେବା ସହ ସେଠାରେ ଏକ ପୋଷ୍ଟର ଛାଟିକି ଯାଇଛନ୍ତି। ଏଥିରେ ମୃତ୍ୟୁବରଣ କରଥିବା ମୋଡ୍ଡା ପଦ୍ଦାକୁ ଆମ ସଂଗଠନ ମୃତ୍ୟୁ ଦଣ୍ଡ ଦେଇଛି।

    ଜନବିରୋଧୀ ସୁଖରଜନ ଉସେଣ୍ଡି ନାମକ ଜଣେ ଲୋକଙ୍କ ସହ ମିଶି ଲୋକଙ୍କୁ ଆର୍ଥିକ ଘୋଟାଲା କରୁଥିଲା। ଠିକାଦାର ଏବଂ ବନ ବିଭାଗର କର୍ମଚାରୀଙ୍କ ସହ ମିଶି ସେମାନଙ୍କ ଠାରୁ ଟଂକା ନେଇ ଲୋକଙ୍କୁ ଅସୁବିଧାରେ ପକାଉଥିଲା। ଯିଏ ଜନବିରୋଧୀ ଏବଂ ଇନଫର୍ମର ସାଜିଛନ୍ତି ସେମାନଙ୍କୁ ଆଗମୀ ଦିନରେ ଦଣ୍ଡି ମିଳିବ ବୋଲି ଲୋକଙ୍କୁ ମିଥ୍ୟା ପ୍ରଚାର କରୁଥିଲା। ଲୋକଙ୍କୁ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଧମକାଉଥିଲା। ପୁଲିସ ସହ ମିଶି ଏହି ଅଂଚଳରେ ଲୋକଙ୍କୁ ଭୟଭୀତ କରାଉଥିଲା। ମୋଡ୍ଡାକୁ ପୂର୍ବରୁ ନକ୍ସଲ ଧରି ପ୍ରଜାକୋର୍ଟରେ ହାଜର କରିଥିଲେ।

    ତେବେ ସେତେବେଳେ ମୋଡ୍ଡା ନକ୍ସଲଙ୍କ ଆଗରେ କାକୁତି ମୀନତି ହୋଇ ଆଗକୁ କୌଣସି ଜନବିରୋଧୀ କାମ କରିବ ନାହିଁ ବୋଲି କ୍ଷମା ପ୍ରାର୍ଥନା କରିଥିଲା ବୋଲି ନକ୍ସଲ କହିଛନ୍ତି। କିନ୍ତୁ କ୍ଷମା କରିବା ପରେ ମଧ୍ୟ ସେ ଜନବିରୋଧୀ କାମକୁ ଆହୁରି ଅଧିକା କରିଲା।ପୁଲିସ ସହ ମିସି ଲୋକଙ୍କୁ ଧମକାଇଲା। ଲୋକଙ୍କର କ୍ରାନ୍ତିକାରୀ ଆନ୍ଦୋଳନକୁ ଦମନ କରିବାକୁ ପୁଲିସ ସହ ମିଶିଲା। ତେଣୁ ମୋଡ୍ଡାକୁ ମୃତ୍ୟୁ ଦଣ୍ଡ ଦେଲୁ ବୋଲି ଉତ୍ତର ବସ୍ତର ଡିଭିଜନର ମାଓ ସଂଗଠନ କହିଛି। ଏହି ଘଟଣା ପରେ ପୁଲିସ ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.1 ° C
    29.1 °
    29.1 °
    35 %
    0.5kmh
    100 %
    Thu
    30 °
    Fri
    34 °
    Sat
    33 °
    Sun
    35 °
    Mon
    36 °

    ସମ୍ବନ୍ଧିତ