Saturday, October 10, 2026
22.4 C
Odisha

    ଚିତ୍ରକୋଣ୍ଡା ବିଜେପି ପ୍ରାର୍ଥୀଙ୍କ ସହ ଅନ୍ୟ ୩ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

    ଆଗକୁ ପଢନ୍ତୁ

    ମାଲକାନଗିରି: ଆଜି ଚିତ୍ରକୋଣ୍ଡା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସହ ଅଖିଳ ଭାରତୀୟ ହିନ୍ଦୁ ମହାସଭା, ଜନତା ଦରବାର ପାର୍ଟି ଏବଂ ଆମ ଆଦମୀ ପାର୍ଟି ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଗରମକୁ ଖାତିରି ନକରି ହଜାର ହଜାର ସମର୍ଥକ ଓ କର୍ମୀଙ୍କ ସହ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଡମ୍ବରୁ ଶିଶା, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପଦିଆ ପଡ଼ିଆମି, ଜନତା ଦରବାର ପାର୍ଟିର ଲକ୍ଷ୍ମଣ ମାଡ଼କାମି, ସ୍ବାଧୀନ ପ୍ରାର୍ଥୀ ଘେନୁ ମୁଦୁଲି ଏବଂ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଶରତ ଚନ୍ଦ୍ର ବୁରୁଦା ନାମାଙ୍କନ ପତ୍ର ଦାଖଲ କରିଥିଲେ।

    ବିଜେପିର ପ୍ରାର୍ଥୀ ଡମ୍ବରୁ ଶିଶା ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି। ଡମ୍ବରୁ ଶିଶା ୪୨ ଡିଗ୍ରି ଖରାରେ ନିଜର ହଜାର ହଜାର କର୍ମୀ ଓ ସମର୍ଥକମାନଙ୍କୁ ନେଇ ଭୈରବ ମନ୍ଦିରରୁ ଏକ ବିରାଟ ପଟୁଆରରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ବଣ୍ଡା ଏବଂ ଦୁରୁଆ ନାଚର ତାଳେ ତାଳେ ବିଜେପିର ହଜାର ହଜାର ସମର୍ଥକ ଓ ଦଳୀୟ କର୍ମକର୍ତ୍ତା ନାଚିବା ସହ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ସେ ଆଗକୁ ନିର୍ବାଚନ ଜିତିବା ନେଇ ବେଶ୍ ଆଶାବାଦୀ ଅଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ମୁଦ୍ଦା ନେଇ ଲୋକଙ୍କ ପାଖକୁ ପହଞ୍ଚିବେ ବୋଲି କହିଛନ୍ତି।

    ସେହିପରି ଆମ ଆଦମୀ ପାର୍ଟିର ଶରତ ବୁରୁଦାଙ୍କ ସହ ଅନ୍ୟ ଦଳର ପ୍ରାର୍ଥୀମାନେ ମଧ୍ୟ ନିଜ ସମର୍ଥକମାନଙ୍କ ସହ ରାଲିରେ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୂର୍ବରୁ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଥିଲା। ବିଜେଡି ପକ୍ଷରୁ ଲକ୍ଷ୍ମୀପ୍ରିୟା ନାୟକ ଏବଂ କଂଗ୍ରେସର ମଙ୍ଗୁ ଖିଲୋ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଏବଂ ମାଲକାନଗିରି ବିଧାନସଭା ଆସନ ପାଇଁ ବିଜେଡିର ମାନସ ମାଡକାମୀ ଏବଂ କଂଗ୍ରେସର ମାଲା ମାଢି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏବେ ଦେଖିବାକୁ ବାକି ରହିଲା କିଏ ଚିତ୍ରକୋଣ୍ଡା ଓ ମାଲାକନଗିରି ଆସନରେ ବିଜୟୀର ବାନା କିଏ ଉଡ଼େଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ