Friday, September 25, 2026
24.2 C
Odisha

    ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍‌ ସର୍ଭିସେସ୍‌’ ବିଭାଗରେ ନାମଲେଖା ଲାଗି ଜୁନ୍ ୩୦ରୁ ଅନଲାଇନ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଦେଶ ବିଦେଶରେ ବ୍ୟୁଟି ଥେରାପି ଏବଂ ହେୟାର ଡ୍ରେସିଂ କ୍ଷେତ୍ରରେ ଭଲ ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍‌ ସର୍ଭିସେସ୍‌’ ବିଭାଗ ଅଧୀନରେ ଅତ୍ୟାଧୁନିକ ‘ବ୍ୟୁଟି ଆଣ୍ଡ ୱେଲନେସ୍‌’ (ବ୍ୟୁଟି ଥେରାପି ଏବଂ ହେୟାର ଡ୍ରେସିଂ)  ପାଠ୍ୟକ୍ରମରେ ନାମଲେଖା ଲାଗି ଅନଲାଇନ ଆବେଦନ ଆହ୍ୱାନ କରାଯାଇଛି। ୨୦୨୪-୨୫ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍‌ ଇଞ୍ଜିନିୟରିଂ’ ବିଭାଗର ମୋଟ ୬ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଚାଲିଛି। ଏବେ ସ୍କୁଲ ଅଫ୍‌ ସର୍ଭିସେସ୍‌ ବିଭାଗର ‘ବ୍ୟୁଟି ଆଣ୍ଡ ୱେଲନେସ୍‌’ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ ୩୦ରୁ ଅନଲାଇନ ଆବେଦନ ଆରମ୍ଭ ହେଉଛି। ଅବେଦନ ଗ୍ରହଣର ଶେଷ ତାରିଖ ହେଉଛି ଅଗଷ୍ଟ ୩୦। ଏହି ପଠ୍ୟକ୍ରମର ଅବଧି ୧ ବର୍ଷ।

     

    ‘ବ୍ୟୁଟି ଆଣ୍ଡ ୱେଲନେସ୍‌’ ପାଠ୍ୟକ୍ରମ ଅଧୀନରେ ମେକଅପ୍‌, ନେଲ୍‌ ସର୍ଭିସେସ୍‌, ସ୍କିନ କେୟାର, ମସାଜ ଥେରାପି, ହେଡ୍‌ ଆଣ୍ଡ ସ୍କାଲ୍‌ପ ଟ୍ରିଟମେଣ୍ଟ୍‌ସ, ହେୟାର ଷ୍ଟାଇଲିଂ, ହେୟାର କଟିଂ ଏବଂ ହେୟାର କଲରିଂ ଆଦି ମଡ୍ୟୁଲ ରହିଛି। କୌଣସି ବିଷୟରେ +୨ କିମ୍ବା ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଏହି ପାଠ୍ୟକ୍ରମ ଲାଗି ଆବେଦନ କରିପାରିବେ। ଏହାପରେ ପର୍ସନାଲ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ନାମଲେଖା ପାଇଁ ଚୟନ କରାଯିବ। ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ୍‌ www.worldskillcenter.org ରେ ପ୍ରାର୍ଥୀମାନେ ପଞ୍ଜୀକରଣ କରିବା ସହ ସଂପୃକ୍ତ ପାଠ୍ୟକ୍ରମ ଲାଗି ଫର୍ମ ପୂରଣ କରିପାରିବେ। ଏହି ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ୧୮୦୦ ୨୬୬ ୬୦୦୨ ନମ୍ବରରେ କଲ୍‌ କରିବାକୁ କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ମାଗଣାରେ ଦିଆଯାଉଛି।

    ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି ଓ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    96 %
    5.6kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ