Saturday, October 10, 2026
22.4 C
Odisha

    ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୫ ମୃତ

    ଆଗକୁ ପଢନ୍ତୁ

    କିଭ୍: ୟୁକ୍ରେନ୍ ରୁଷିଆ ଉପରେ  ଡ୍ରୋନ ଆକ୍ରମଣ କରିଛି, ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୁଷିଆର କୁର୍ସ୍କ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ଅତି କମରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଗଭର୍ଣ୍ଣର ଆଲେକ୍ସେଇ ସ୍ମିରନୋଭ ସୋସିଆଲ ମିଡିଆରେ କହିଛନ୍ତି ଯେ ରୁଷ-ୟୁକ୍ରେନ ସୀମାରେ ଥିବା ଗୋରୋଡିଚେ ଗ୍ରାମରେ ୟୁକ୍ରେନ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଜଣ ଶିଶୁ ।

    ସେପଟେ ୟୁକ୍ରେନର ଡିନିପ୍ରୋ ସହରରେ ଉଦ୍ଧାରକାରୀମାନେ ଋଷିଆର ଆକ୍ରମଣରେ ଧ୍ୱଂସ ହୋଇଥିବା ଏକ ୯ ମହଲା ଆବାସିକ କୋଠାର ଭଗ୍ନାବଶେଷ ସଫା କରୁଥିବା ଦେଖିବାକୁ ମିଳିଥିଲା।

    ଆଞ୍ଚଳିକ ମୁଖ୍ୟ ସେରି ଲିସାକ୍ କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟାରେ ଡିନିପ୍ରୋରେ ରୁଷର ଆକ୍ରମଣରେ ଏକ କୋଠାର ଉପର ଚାରି ମହଲା ନଷ୍ଟ ହୋଇଯିବାରୁ ଅତି କମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୭ ମାସର ଶିଶୁ ସମେତ ୧୨ ଜଣ ଆହତ ହୋଇଛନ୍ତି। ୧୦୦୦ କିଲୋମିଟର (୬୦୦ ମାଇଲ) ଲମ୍ବର ବିଭିନ୍ନ ଅଞ୍ଚଳରେ ରୁଷ୍ ତା’ର ସୈନ୍ୟ ମୁତୟନ ଜାରି ରଖିଥିବା ବେଳେ ଏହି ଆକ୍ରମଣ ହୋଇଛି ବୋଲି ଲିସାକ୍ କହିଛନ୍ତି। ୟୁକ୍ରେନର ସମ୍ବଳ ନିଷ୍କାସନ ପାଇଁ ମସ୍କୋ ଏୟାର ଷ୍ଟ୍ରାଇକ୍ କୁ ଜୋରଦାର କରିଛି ଏବଂ ପ୍ରାୟତଃ ଶକ୍ତି ଉତ୍ପାଦନ କେନ୍ଦ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ