Thursday, September 10, 2026
24 C
Odisha

    ପ୍ରକାଶ ପାଇଲା ଜନମତ ସର୍ଭେ: ଓଡ଼ିଶାରେ ବିଜେପିକୁ ୧୪, ବିଜେଡିକୁ ୭ ଆସନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଲୋକସଭା ନିର୍ବାଚନକୁ ଆଉ ଅଳ୍ପ କିଛି ସପ୍ତାହ ବାକି ଥିବା ବେଳେ ଓଡ଼ିଶାରେ କେଉଁ ଦଳ କେତେ ଆସନ ପାଇବ ତାହାକୁ ନେଇ ଜନମତ ସର୍ଭେ ପ୍ରକାଶ ପାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଓଡ଼ିଶାରେ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡିକୁ ଲୋକସଭା ନିର୍ବାଚନରେ ମାତ୍ର ୭ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ବିଜେପି ୧୪ଟି ଆସନ ହାସଲ କରିବ ବୋଲି ସର୍ଭେରେ କୁହାଯାଇଛି। ସେହିପରି କଂଗ୍ରେସ ଓଡ଼ିଶାରେ ୨୧ଟି ଲୋସଭା ଆସନରୁ ଗୋଟିକରେ ବି ଜିତିପାରିବ ନାହିଁ ବୋଲି ଜାତୀୟ ଟେଲିଭିଜନ ଚ୍ୟାନେଲ୍‌ ‘ନିଉଜ୍‌ ଏକ୍ସ’ ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡ଼ିଛି।

    ତେବେ ନିକଟରେ ହୋଇଥିବା ଅନ୍ୟ ‌ଏକ ସର୍ଭେରୁ ଜଣାପଡ଼ିଛି ଯେ ସହରୀ ମତଦାତା ଭୋଟ୍‌ ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଗତ ନିର୍ବାଚନଗୁଡ଼ିକରେ ଭୁବନେଶ୍ବର ଓ ଉପକଣ୍ଠ ଅଞ୍ଚଳର ମତଦାନ ହାରକୁ ବିଚାରକୁ ନେଲେ ଏଭଳି ତଥ୍ୟ ସାମ୍ନାକୁ ଆସୁଛି। ପ୍ରାର୍ଥୀ ପସନ୍ଦ ନ ହେଲେ ‘ନୋଟା’ରେ ଭୋଟ୍‌ ଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ତାହା ବି ଫଳପ୍ରଦ ହେଉନି।

    ସହରୀ ଭୋଟରଙ୍କର ଏଭଳି ମାନସିକତାକୁ ନେଇ ନେତା ଚିନ୍ତାରେ ପଡ଼ିଥିବା ବେଳେ ବିଏମ୍‌ସି ମଧ୍ୟ ଭୋଟରଙ୍କୁ ସଚେତନ କରିବାକୁ ଯୋଜନା କରିଛି। ମତଦାନ ହାର ସହରରେ ହିଁ କମ୍‌ ହେଉଥିବାରୁ ଏଥିପାଇଁ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ହାର କିଭଳି ବଢ଼ିବ ସେ ନେଇ ମାନସମନ୍ଥନ ହୋଇଛି। ମତଦାନ ଏକ ଅଧିକାର ହୋଇଥିବାରୁ ଏହାକୁ ସାବ୍ୟସ୍ତ କରିବା ପାଇଁ ଭୋଟରମାନଙ୍କୁ କିଭଳି ସଚେତନ କରାଯିବ ଓ ‌ମତଦାନ କେନ୍ଦ୍ରକୁ ଆକୃଷ୍ଟ କରାଯିବ ସେ ନେଇ ବ୍ୟବସ୍ଥା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ