Saturday, March 21, 2026
19.7 C
Odisha

    ଡକାୟତ ଗ୍ୟାଙ୍ଗର ୭ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ଆଳି: ଗତ ୪ ତାରିଖ ରାତି ୮ଟାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ଅଙ୍ଗାରଖ ଗାଁର ପ୍ରଭାକର ପ୍ରଧାନଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସୁନା, ରୁପା, ଅସ୍ତ୍ରଶସ୍ତ୍ର ଓ ନଗତ ଟଙ୍କା ଜବତ କରିଛି। ସୂଚନା ଅନୁସାରେ ଘଟଣା ଦିନ ଲୁଟେରା ଗ୍ୟାଙ୍ଗ୍‌ର ସଦସ୍ୟମାନେ ପ୍ରଭାକର ପ୍ରଧାନଙ୍କ ଘରେ ମୁହଁରେ କଳା କପଡ଼ା ଢାଙ୍କି ଅତର୍କିତ ଭାବେ ପଶିଥିଲେ। ଗୃହକର୍ତ୍ତା ପ୍ରଭାକର ଓ ତାଙ୍କ ବୋହୂ ଅନୁସ୍ମିତାଙ୍କୁ ଆକ୍ରମଣ କରି ବାକ୍ସ, ଆଲମିରା ଭାଙ୍ଗି ସବୁକିଛି ଲୁଟ୍ କରି ନେଇଥିଲେ। ଡକାୟତି ପରେ ପ୍ରଭାକର ଥାନାରେ ଅଭିଯୋଗ କରିଥିବା ବେଳେ ଏହି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଡ଼କାୟତ ଗ୍ୟାଙ୍ଗକୁ ଠାବ କରିବା ପାଇଁ ପୁଲିସ ବିଭିନ୍ନ ସୂତ୍ର ଆଧାରରେ ଜାଲ ବିଛାଇଥିଲା ଓ ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଥିଲା ବୋଲି ଆଳିଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
    ଶ୍ରୀ ଶତପଥୀ କହିଛନ୍ତି, ଅଭିଯୁକ୍ତମାନଙ୍କ ଠାରୁ ଡକାୟତିରେ ବ୍ୟବହାର ହୋଇଥିବା ଗୋଟିଏ ବନ୍ଧୁକ, ୨ଟି ତେଲେଙ୍ଗା କଟୁରୀ, ୩ ବାଇକ୍‌, ଲୁଟ୍ କରିଥିବା ୩ ଭରି ସୁନା, ୨୪ଭରି ରୁପା, ୬ଟି ମୋବାଇଲ୍ ଫୋନ୍‌ ଓ ନଗଦ ୪୬ ହଜାର ଟଙ୍କା ଜବତ କରିଛି।ଗିରଫ ଡକାୟତମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨ରୁ ୧୩ଟି ଯାଏ ଅପରାଧିକ ମାମଲା ରହିଛି। ଡକାୟତ ଗ୍ୟାଙ୍ଗରେ ସଂପୃକ୍ତ ଥିବା ସ୍ଥାନୀୟ ଅଞ୍ଚଳର ସୂତ୍ରଧର ଫେରାର ଅଛି ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ