ଓଡ଼ିଶାରେ ଅନେକ ଯୁବପିଢ଼ି ଅଛନ୍ତି ଯାହାଙ୍କ ପାଖରେ କିଛି ଚାକିରି ନାହିଁ କି ରୋଜଗାର କରିବାର କୌଣସି ପନ୍ଥା ନାହିଁ । ଫଳରେ ସେମାନେ ବେକାରୀ ହୋଇ ରହିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଚାକିରି ପାଇଥିବା ପରେ ମଧ୍ୟ ବେକାରୀ ହୋଇ ଅଛନ୍ତି । ମିଳିଛି ନିଯୁକ୍ତି ପତ୍ର ହେଲେ ମିଳୁନି ନିଯୁକ୍ତି । ନିଯୁକ୍ତି ପତ୍ର ନମିଳିବା ଏବଂ ପୋଷ୍ଟିଙ୍ଗ ନ ହେବା କାରଣରୁ ବେକାରୀ ହୋଇ ଘରେ ବସିଛନ୍ତି ସିପାହୀ ମାନେ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କଣ ଏମିତି ବି ହୋଇପାରେ ?
ହଁ ଆଜ୍ଞା, ରାଜ୍ୟରେ OPSSB ଅଧୀନରେ ହୋଇଥିବା OSAP ଓ IRB ସିପାହୀ ପରୀକ୍ଷାରେ ପାସ ହୋଇଛନ୍ତି ୧ହଜାର ୮ଶହ ୫୩ ଜଣ ସିପାହୀ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ମିଳିଛି ନିଯୁକ୍ତି ପତ୍ର ହେଲେ ଏଯାଏଁ ମିଳିନି ନିଯୁକ୍ତି । ନିଯୁକ୍ତି ପତ୍ର ନମିଳିବା ଏବଂ ପୋଷ୍ଟିଙ୍ଗ ନ ହେବା କାରଣରୁ ବେକାରୀ ହୋଇ ଘରେ ବସିଛନ୍ତି ସିପାହୀ ମାନେ । ଯାହାଦ୍ୱାରା ସମସ୍ତେ ମାନସିକ ଭାବରେ ଗଭୀର ପ୍ରଭାବିତ ହେଉଛନ୍ତି ।
ସବୁଠୁ ବଡ଼ କଥା ହେଉଛି କିଛି କୃତକାର୍ଯ୍ୟ OPSSB ଯୁବକଙ୍କର ଦେହାନ୍ତ ହୋଇସାରିଛି । ସେମାନଙ୍କ ମଧ୍ୟରୁ ଜଣେ ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦନ ସ୍ୱାଇଁ । ସେମାନଙ୍କ ପାଇଁ ୫୦ ଲକ୍ଷ କ୍ଷତି ପୂରଣ ଦାବି କରାଯିବା ସହ ଶୀଘ୍ର ସମାଧାନ ପାଇଁ ଦାବି କରାଯାଇଛି । ଏହା ସହ ବିଭିନ୍ନ ବାଟାଲିୟନର ସିପାହୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଦପ୍ତର ପର୍ଯ୍ୟନ୍ତ ନିରାଶ ହୋଇ ଫେରିଛନ୍ତି ।
ଏହି ମାମଲା କୋର୍ଟରେ ବିଚରାଧୀନ ଥିବା କହି ପ୍ରସଙ୍ଗକୁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ସରକାର ଚାହିଁଲେ ଏ ଘଟଣାର ଶୀଘ୍ର ସମାଧାନ ହୋଇପାରିବ । ତେଣୁ ଯଦି ସରକାର ଶୀଘ୍ର ସମାଧାନ ନ କରନ୍ତି ତାହେଲେ ୧ହଜାର ୮ଶହ ୫୩ ଜଣ ସିପାହୀଙ୍କ ସହ ରାଜରାସ୍ତାକୁ ଓହ୍ଲାଇବ Student Against Corruption ।
ତେବେ ଆମେ ଏଠାରେ କହି ରଖୁଛୁ କି OPSSB ପରିଚାଳନା କରିଥିବା ଏହି ପରୀକ୍ଷା ୨୦୨୪ ଡିସେମ୍ବର ମାସରେ ହୋଇଥିଲା । ଶାରୀରିକ ପରୀକ୍ଷା ଫେବୃଆରୀ ୨୦୨୫ ରେ ହୋଇଥିଲା । ପରୀକ୍ଷା ଫଳ ପ୍ରକାଶ ପାଇଥିଲା ମାର୍ଚ୍ଚ ୫ ତାରିଖ ୨୦୨୫ ଏବଂ ନିଯୁକ୍ତି ପତ୍ର ମିଳିଥିଲା ୨୦୨୫ ମାର୍ଚ୍ଚ ୭ ତାରିଖ l କିନ୍ତୁ ଏଯାଏଁ ସିପାହୀ ମାନଙ୍କୁ ନିଯୁକ୍ତି ମିଳି ନାହିଁ ।