Saturday, July 27, 2024
24.8 C
Odisha

    ଜୁନ୍ ୯ରେ ହେବ ପ୍ରିଲିମିନାରୀ ପରୀକ୍ଷା: ଜୁନିୟର MVI ଓ ଜୁନିୟର ମାଇନିଂ ଅଫିସର ପରୀକ୍ଷା ତାରିଖ ଘୋଷଣା କଲା OSSC

    ଆଗକୁ ପଢନ୍ତୁ

    ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ଅଧିନରେ ଜୁନିୟର ଏମଭିଆଇ, ଜୁନିୟର ମାଇନିଂ ଅଫିସର ଓ ଟ୍ରେସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନ୍ ମାସ ୬ ତାରିଖ (ରବିବାର) ଦିନ ଏହି ସମସ୍ତ ପଦର ପ୍ରିଲିମ୍ସ ପରୀକ୍ଷା ହେବ । ପ୍ରାର୍ଥୀମାନେ ସକାଳ ୮.୧୫ରେ ରିପୋର୍ଟ କରିବେ । ୮.୪୫ରେ ଗେଟ୍ ବନ୍ଦ କରାଯିବ ଓ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଗତ ବର୍ଷ ଡିସେମ୍ବର ମାସରେ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରଥମେ ୮ ପ୍ରକାର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ କିଛି ପଦକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଡିସେମ୍ବର ୨୦ରୁ ଜାନୁଆରୀ ୧୯ ମଧ୍ୟରେ ଅନଲାଇନ୍ ପଞ୍ଜିକରଣ ପାଇଁ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଜୁନ ୯ରେ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଜୁନ୍ ୩ ପରଠାରୁ ସେମାନଙ୍କର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ଏହି ନିଯୁକ୍ତିର ଅନ୍ୟ ସମସ୍ତ ସର୍ତ୍ତାବଳୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ