Thursday, October 2, 2025
24.4 C
Odisha

    ଚାନ୍ଦା ନ ଦେବାରୁ ମୋମୋ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଓୟୁଏଟି ଛାତ୍ର

    ଆଗକୁ ପଢନ୍ତୁ

    ରାଜଧାନୀରେ ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ବାର୍ଷିକ ଉତ୍ସବ ପାଇଁ ଚାନ୍ଦା ନଦେବାରୁ ମୋମୋ ଦୋକାନୀକୁ ନିସ୍ତୁକ ମାଡ ମାରିଲେ ଓୟୁଏଟିର ଭେଟେନାରୀ ବିଭାଗ ଛାତ୍ର । ରାସ୍ତାକଡ ମୋମୋ ଦୋକାନୀଙ୍କୁ ରାସ୍ତାରେ ଗଡାଇ ତଡାଇ ମାଡ ମାରିଲେ ଓୟୁଏଟି ଛାତ୍ର । ସଂଘବଦ୍ଧ ଆକ୍ରମଣ କରି ଛାତ୍ରମାନେ ମୋମୋ ଦୋକାନୀଙ୍କ ମୁଣ୍ଡ ଫଟାଇଦେଲେ । ମୋମୋ ଦୋକାନରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏତିକିରେ ରାଗ ଶାନ୍ତ ନହେବାରୁ ଦୋକାନୀକୁ ରାସ୍ତାରୁ ଘୋଷାରି ନେଇ ହଷ୍ଟେଲରେ ତାଲା ପକାଇ ରଖିଥିଲେ । ଖବର ପାଇ ପୋଲିସ ହଷ୍ଟେଲରୁ ମୋମୋ ଦୋକାନୀ ବିକାଶ ସାହୁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ଅଭିଯୋଗ ଅନୁସାରେ ବାର୍ଷିକ ଉତ୍ସବ ପାଇଁ ମୋମୋ ଦୋକାନୀ ବିକାଶ ସାହୁଙ୍କୁ ୧୨ଶହ ଟଙ୍କା ଚାନ୍ଦା ମାଗିଥିଲେ ଛାତ୍ରମାନେ । ହେଲେ ଦୋକାନୀ ମାତ୍ର ୨ ଶହ ଟଙ୍କା ଦେବାରୁ ଛାତ୍ରମାନେ ରାଗିଯାଇଥିଲେ । ଏହାକୁ ନେଇ କଥା କଟାକଟି ହେବାରୁ ଉତେଜନା ବଢିଥିବା ଓ ଛାତ୍ରମାନେ ଦୋକାନୀକୁ ସଂଘବଦ୍ଧ ଆକ୍ରମଣ କରିଥିବା ସୂଚନା ରହିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    99 %
    3kmh
    100 %
    Thu
    24 °
    Fri
    27 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ