Sunday, September 20, 2026
30.5 C
Odisha

    ବିଜେଡି ନେତାଙ୍କ ଜରିଆରେ ବହୁ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୂର୍ବ ସରକାର ଅମଳରେ ବହୁ ଧନୀ ଲୋକ ବିଜେଡି ନେତାମାନଙ୍କ ଜରିଆରେ ରାସନକାର୍ଡ ହାତେଇଛନ୍ତି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ବିଧାନସଭାର ପ୍ରଶ୍ନକାଳରେ ବିଜେଡି ସରକାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ମନ୍ତ୍ରୀ କହିଛନ୍ତି ଯେ, ଏବେ ଆମ ସରକାର ଧନୀ ଲୋକଙ୍କୁ ଚିହ୍ନଟ କରି ରାସନକାର୍ଡରୁ ବାଦ ଦେଉଛନ୍ତି। ଭୂତ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟ ରାସନକାର୍ଡରୁ ବାଦ ଦିଆଯାଉଛି। ଏବେ କୌଣସି ଗରିବ ଲୋକଙ୍କର ରାସନ କାର୍ଡ କଟାଯାଉନାହିଁ। କିମ୍ବା ଗରିବଙ୍କ ରାସନ କାର୍ଡ କଟାଯିବାର ସମ୍ଭାବନା ବି ନାହିଁ। ଯେଉଁ ପରିବାରର ବାପପୁଅ ଅଲଗା ରହୁଥିବେ ଉଭୟଙ୍କୁ ରାସନକାର୍ଡ ଦେବାର ବ୍ୟବସ୍ଥା କରାଯିବ।

    ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଏବେ ସୁଦ୍ଧା ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇଛି। ସରକାର ଏବେ ଆଧାରଭିତ୍ତିକ ଇ-କେୱାଇସି ଲାଗୁ କରିଛନ୍ତି। ଯାହାଫଳରେ ଅଯୋଗ୍ୟ ହିତାଧୀକାରୀଙ୍କ ନାଁ ଆପେ ଆପେ ବାଦ ପଡ଼ିଯିବ। ମୃତକଙ୍କ ନାଁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି। ଏବେ ଯେଉଁମାନେ ଆବେଦନ କରିଛନ୍ତି ତାହାର ଯାଞ୍ଚ କରାଯାଇ ରାସନ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯାଉଛି। କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଯେଉଁଠି ଲୋକେ ଦୂରକୁ ଯାଇ ଚାଉଳ ଆଣୁଛନ୍ତି, ସେଠାରେ ହିତାଧିକାରୀମାନଙ୍କୁ ଘରକୁ ଘର ଯାଇ ଚାଉଳ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।ବିଜେଡି ସରକାରଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାର ସମୟରେ ରାସନ ଡିଲରମାନେ ସବୁ ଖାଇ ଖୋଳ କରି ଦେଇଛନ୍ତି। ଭୋଟ ବେଳେ ସେମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିଲେ। ଯଦି ଏବେ ସେମତି କେହି ଦୁର୍ନୀତି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ