Monday, September 7, 2026
29.1 C
Odisha

    BJP : ଆଗାମୀ ପଞ୍ଚାୟତ ଓ NAC ନିର୍ବାଚନରେ BJP ବିଜୟୀ ହେବ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ଦୃଢ଼ୋକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ଓ NAC ନିର୍ବାଚନରେ BJP ବିଜୟୀ ହେବ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଦୃଢ଼ୋକ୍ତି ପ୍ରକାଶ କରିଛି ଦଳ। ଲୋକଙ୍କୁ ଶେଷ ପର୍ଯ୍ୟନ୍ତ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ରହିବା ପାଇଁ ସଂଗଠନ ମହାମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିବା କହିଛନ୍ତି ପୁରୀ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର।

    ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ମଧ୍ୟ ବିଜେପି ଏହି ଆଭିମୁଖ୍ୟ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି। ଏବଂ ବାରମ୍ବାର ବିଜୟୀ ହେଉଛି। ଓଡ଼ିଶାରେ ମଧ୍ୟ ଦଳୀୟ ନେତୃବୃନ୍ଦ ଲୋକଙ୍କ ସେବାକୁ ପ୍ରାଥମିକତା ଦେଇ ସେହି ଆଭିମୁଖ୍ୟରେ ଆଗକୁ ବଢ଼ିବେ। ଏହି କାରଣରୁ ଆଗାମୀ ପଞ୍ଚାୟତ ହେଉ କି NAC ନିର୍ବାଚନ, ବିଜେପି ବିଜୟୀ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ମଧ୍ୟ ପାରିତ ହୋଇଛି।

    ଏହାସହ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳର ଆଭିମୁଖ୍ୟ ଓ ଆଚରଣକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିବା ସମ୍ବିତ ସୂଚନା ଦେଇଛନ୍ତି।MMDR ଆକ୍ଟକୁ ବିରୋଧ କରାଯିବା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ ହୋଇଛି। ସେହିପରି ମହିଳା ସଂରକ୍ଷଣ ବିଲ୍ କୁ ବିରୋଧ, FCI ରେଗୁଲେଟ୍ ଆକ୍ଟ ଉପରେ ଆଲୋଚନାକୁ ବିରୋଧ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ଫାଇଲ୍ ହଜିବା ଘଟଣାକୁ ମଧ୍ୟ ନିନ୍ଦା ପ୍ରସ୍ତାବରେ ସାମିଲ କରାଯାଇଛି।

    ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ସହ ରାଜ୍ୟର ୯ଟି ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାର ଯୋଗାଇଥିବା ସହାୟତାକୁ ବିରୋଧୀ ସମାଲୋଚନା କରୁଥିବା ପ୍ରସଙ୍ଗ ମଧ୍ୟ ନିନ୍ଦା ପ୍ରସ୍ତାବରେ ସ୍ଥାନ ପାଇଛି। CAG ରିପୋର୍ଟକୁ ନେଇ ମଧ୍ୟ ବିଜେପି ଆଗାମୀ ଦିନରେ ଆକ୍ରମଣାତ୍ମକ ହେବ ବୋଲି ସଙ୍କେତ ଦେଇଛି। ‘ବନ୍ଦେ ମାତରମ୍’ର ୧୫୦ତମ ଜୟନ୍ତୀ ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ୍ କରିଛି ବିଜେପି। ଦେଶର ଅର୍ଥନୀତିକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.1 ° C
    29.1 °
    29.1 °
    69 %
    2.8kmh
    52 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    29 °

    ସମ୍ବନ୍ଧିତ