Sunday, March 15, 2026
38.4 C
Odisha

    ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ୍ବ: ଏପ୍ରିଲ ୧୩ ନା ୧୪ ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ପଣାସଂକ୍ରାନ୍ତିର ନିର୍ଦ୍ଧିଷ୍ଟ ତାରିଖକୁ ନେଇ ପଞ୍ଜିକା ନିର୍ଦ୍ଧାରଣ ଦ୍ବନ୍ଦ୍ବ। ଗଣନାକାର ଓ ଜ୍ୟୋତିର୍ବିଦ ମଧ୍ୟରେ ତାରିଖକୁ ନେଇ ସ୍ପଷ୍ଟତା ଆସିନପାରିବାରୁ ଆଗାମୀ ୧୨ ତାରିଖକୁ ଘୁଞ୍ଚିଲା ନିଷ୍ପତ୍ତି। ସେହିଦିନ ଗଣନାକୁ ନେଇ ତର୍ଜମା କରାଯାଇ ତାରିଖ ସ୍ପଷ୍ଟ କରାଯିବ। ଅନ୍ୟପକ୍ଷରେ ଆଗାମୀ ସ୍ନାନଯାତ୍ର ପରେ ଅନବସର ନୀତି ୧୩ଦିନ ପଡିବାକୁ ଯାଉଥିବା ବେଳେ କାର୍ତ୍ତିକ ମାସ ପଞ୍ଚୁକ ୫ଦିନ ବଦଳରେ ୪ଦିନ ପଡୁଥିବାରୁ ଲକ୍ଷ୍ମୀ ନୃସିଂହ ବେଶ କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ଚଳିତ ୨୦୨୪-୨୫ ବର୍ଷର ପାଞ୍ଜି ଯେପରି କୌଣସି ପ୍ରକାର ଅମେଳ ନହେବ ସେ ନେଇ ଧ୍ୟାନ ଦିଆଯିବ ବୋଲି ମତ ରଖିଛନ୍ତି ଗଣନାକାର ଓ ପଞ୍ଜିକାର ପ୍ରକାଶକ ।
    ପଞ୍ଜିକା ପଞ୍ଜିକା ଭିତରେ ମେଳ ଖାଉନଥିବାରୁ ବିଭିନ୍ନ ଯାନି ଯାତ୍ର, ପର୍ବପର୍ବାଣି, ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ହୋଉଛି ଦ୍ବନ୍ଦ୍ବ। ଏହାକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଥିଲା । ତେବେ ବୈଠକରେ ମହାବିଷୁବ ସଂକ୍ରାନ୍ତି ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଅପ୍ରେଲ ୧୩ ତାରିଖ ନା ୧୪ତାରିଖରେ ସଂକ୍ରାନ୍ତି ପଡିବ ତାହା ସ୍ପଷ୍ଟ ହୋଇପାରିଲା ନାହିଁ । ରାଧାରମଣ ପଞ୍ଜିକା, କୋହିନୂର ପଞ୍ଜିକାରେ ୧୪ତାରିଖ ଥିଵା ବେଳେ ସାମନ୍ତ ଚନ୍ଦ୍ର ଶେଖର ପଞ୍ଜିକା, ବିରଜା ପଞ୍ଜିକାରେ ୧୩ ତାରିଖରେ ପଣାସଂକ୍ରାନ୍ତି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାହାକୁ ନେଇ ଦ୍ବନ୍ଦ ଉଠିବାରୁ ଆଗାମୀ ୧୨ତାରିଖକୁ ପଞ୍ଜିକା ନିର୍ଦ୍ଧାରଣ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.4 ° C
    38.4 °
    38.4 °
    14 %
    3.6kmh
    76 %
    Sun
    37 °
    Mon
    38 °
    Tue
    39 °
    Wed
    37 °
    Thu
    36 °

    ସମ୍ବନ୍ଧିତ