Thursday, September 10, 2026
24.1 C
Odisha

    ଦୂର ହେଲା ଦ୍ଵନ୍ଦ: ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି । ପଞ୍ଜିକା ସମୀକରଣ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଳନ ହେବ ୪ ଦିନ। ସେହିଭଳି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କରାଯିବ ଉଭା ନୀତି । ୧୩ଦିନିଆ ଅଣସର ନୀତି ପାଳନ କରାଯିବାକୁ ବୌଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା। ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ବସିଥିଲା । ଆଗାମୀ ପଣାସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନୂଆବର୍ଷ ପାଳନ ନିମନ୍ତେ ଏପ୍ରିଲ ୧୩ ନା ୧୪ କେଉଁ ତାରିଖରେ ମୋହର ବାଜିବ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗଣନାକାରମାନେ ଏହା ଉପରେ ବିସ୍ତୃତ ଗଣନା କରି ଏପ୍ରିଲ ୧୪ରେ ହିଁ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ସ୍ପଷ୍ଟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ