Tuesday, September 15, 2026
24 C
Odisha

    ପାରାଦ୍ବୀପ ବନ୍ଦରରୁ କୋକେନ ଜବତ

    ଆଗକୁ ପଢନ୍ତୁ

    ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜ ଏମଭି ଦେବୀ ପାନ୍ନାମାରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ଜାହାଜରୁ ପଡି ଜଣେ କ୍ରୁ ସଦସ୍ୟ ଆହତ ହୋଇଥିବା ନେଇ ଜଣାପଡିଛି ।କ୍ରୁ ସଦସ୍ୟଙ୍କ ନାମ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । ଜାହାଜରୁ ଗଳି ପଡିବା ପରେ ଜାହାଜ ଫ୍ୟାନରେ ତାଙ୍କ ହାତ କଟିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତ ଡିସେମ୍ବର ୧ ତାରିଖରେ ପାରାଦୀପ ବନ୍ଦରରୁ ଜବତ ହୋଇଥିଲା ୨ ଶହ ୨୦ କୋଟି ଟଙ୍କାର କୋକେନ । ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା ।ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ୍ସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ