Sunday, September 6, 2026
29.5 C
Odisha

    ପଡିଆରେ କ୍ରିକେଟ ଖେଳୁଥିବାବେଳେ ଟଳି ପଡିଲେ ଯୁବକ

    ଆଗକୁ ପଢନ୍ତୁ

    ବାରିପଦା: ବାରିପଦାରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ରିକେଟ ଖେଳୁ ଖେଳୁ ତଳେପଡି ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ମିନି ଷ୍ଟାଡିୟମରେ। କ୍ରିକେଟ ଖେଳୁଥିବାବେଳେ ଜଣେ ଖେଳାଳୀଙ୍କ ଅବିଶ୍ବସନୀୟ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି। ମୃତ ଖେଳାଳୀ ଜଣଙ୍କ ହେଲେ ମାଣତ୍ରୀର ବୈଦନାଥ କରଙ୍କ ଏକ ମାତ୍ର ପୁଅ ବିକାଶ(୨୮)। ରବିବାର ସାଙ୍ଗ ମାନଙ୍କ ସହିତ କ୍ରିକେଟ ମ୍ୟାଚ ଖେଳୁଥିବାବେଳେ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ସାଥି ଖେଳାଳୀ ତାଙ୍କୁ ସଙ୍ଗେ ସଙ୍ଗେ ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବା ପରେ ଶୋକାକୂଳ ପରୀବେଶ ସୃଷ୍ଟି ହୋଇଛି । ମାଣତ୍ରୀ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    67 %
    1.5kmh
    14 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ