Wednesday, February 5, 2025
34.5 C
Odisha

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ । ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର । ଏହା ପରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରି ମହାଯଜ୍ଞର ଶୁଭାରମ୍ଭ କରାଯିବ । ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ ।

    ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଣ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବେଦପାଠ ବ୍ୟବସ୍ଥା ହୋଇଛି । ସିଂହଦ୍ୱାରରେ ଋକ୍ବେଦ, ପଶ୍ଚିମଦ୍ୱାରରେ ସାମବେଦ, ଉତରଦ୍ୱାରରେ ଅର୍ଥବବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁବେଦ ପାଠ କରାଯିବ । ଆସନ୍ତାକାଲି ମଧ୍ୟ ଯଜ୍ଞ ଅନୁଷ୍ଠିତ ହେବ । ସେପଟେ ଶ୍ରୀମାର୍ଗ ଏବଂ ଶ୍ରୀସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଆଜି ଏହା ଉପରେ ଟ୍ରାଏଲ ରନ କରାଯିବ । ୧୭ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁରୀ ପୋଲିସ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ