Monday, May 6, 2024
29.9 C
Odisha

    ଆଉ ଦେଖାଯିବନି ପାର୍ଲେ ଗାର୍ଲ! ଏଥର ବିସ୍କୁଟ ପ୍ୟାକେଟରେ ଏ ଯୁବକ ଜଣକ କିଏ?

    ଆଗକୁ ପଢନ୍ତୁ

    ବିସ୍କୁଟର ନାଁ ଆସିଲେ ସାଙ୍ଗେ ସାଙ୍ଗେ ମନକୁ ପାର୍ଲେଜିର ନାଁ ଚାଲିଆସେ ତା ସହ ଆଖିରେ ଝଲସି ଉଠେ ବିସ୍କୁଟ ର୍ୟାପର ଉପରେ ଥିବା କୁନି ଝିଅଟିର ଚେହେରା । ହେଲେ ଏଣିକି ଆଉ ସେ କୁନି ଝିଅ ଛବି ଆଉ ପାର୍ଲେ ବିସ୍କୁଟ ପ୍ୟାକେଟରେ ଦେଖିବାକୁ ମିଳିବନି । କାରଣ ପାର୍ଲେ କମ୍ପାନୀ ନିଜର ନୂଆ ଲୋକେ ଧାର୍ଯ୍ୟ କରିସାରିଛି ।ଦେଶର ସ୍ୱାଧୀନତା ମିଳିବା ପୂର୍ବରୁ ଦେଶରେ ଆରମ୍ଭ ହୋଇଥିଲା ପାର୍ଲେ- ଜି ବିସ୍କୁଟ କମ୍ପାନୀ । ଯାହା ସମସ୍ତଙ୍କ ପ୍ରିୟ ଥିଲା । ଏବେ ଯାଏଁ ମଧ୍ୟ ଏହାର ଗାଁ ଠାରୁ ସହର ସମସ୍ତଙ୍କ ପସନ୍ଦ ହୋଇ ରହିଛି । ଦାମ୍ ବି ସେମିତି ରହିଛି । ଲୋକଙ୍କ ପସନ୍ଦ ପାଇଁ ସାମାନ୍ୟ କ୍ୟାଣ୍ଡି ଫ୍ୟାକ୍ଟ୍ରିରୁ ଏବେ ଏହା ୧୭ ହଜାର କୋଟିର କମ୍ପାନୀ ଭାବେ ଛିଡା ହୋଇପାରିଛି । ମାର୍କେଟରେ ଅନେକ ବ୍ରାଣ୍ଡର ବିସ୍କୁଟ ଆସିଛି କିଛି ରହିଛି କିଛି କ୍ଷତି ସହି ବୁଡିଯାଇଛି । କିନ୍ତୁ ପାର୍ଲେଜି ନିଜର ଅସ୍ତିତ୍ୱକୁ ସେମିତି ବଜାୟ ରଖିପାରିଛି । କିନ୍ତୁ ଏବେ ଏହି ବିସ୍କୁଟ ପ୍ୟାକେଟର ଲୋଗୋ ବଦଳିଯାଇଛି ।କୁନି ଝିଅ ବଦଳରେ ଏଣିକି ର୍ୟାପରରେ ଦେଖିବାକୁ ମିଳିବ ଜଣେ ଯୁବକଙ୍କ ଚେହେରା, ଯିଏ ଜଣେ ଇନଷ୍ଟାଗ୍ରାମ ଇନଫ୍ଲଏନ୍ସର ଏବଂ ପାର୍ଲେ- ଜି ବଦଳରେ ଲେଖାହେଉଛି ବୁନଶାହା- ଜି । କଥା ହେଉଛି ଥରେ ଜେରୱାନ୍ ଜେୱନଶାହା ନିଜର ଜଣେ ଫଲୋୟର୍ସଙ୍କୁ ପଚାରିଥିଲେ ଯେ, ଯଦି ସେ ପାର୍ଲେର ମାଲିକଙ୍କୁ ଭେଟନ୍ତି ତେବେ ତାଙ୍କୁ କ’ଣ ବୋଲି ସମ୍ବୋଧନ କରିବେ । ଏହି ପ୍ରଶ୍ନ ପଚାରିବା ବେଳେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ‘ରାମ-ଲଖନ୍’ ମୁଭିର ଏ ଜି ଓ ଜି ଗୀତ ବାଜୁଥିବା ଶୁଣିବାକୁ ମିଳିଥିଲା । ତେବେ ବୁନଶାହଙ୍କ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାକୁ ଲାଗିଲା । କେବଳ ଫଲେୟର୍ସ ବି ନୁହଁନ୍ତି ପାର୍ଲେ କମ୍ପାନୀ ମାଲିକ ମଧ୍ୟ ବେଶ୍ ପ୍ରଭାବିତ ହୋଇଥିଲେ ଏବଂ ବିସ୍କୁଟ ର୍ୟାପରରେ ଏହି ଯୁବକଙ୍କ ଫଟୋ ଲଗାଇ ଇନଷ୍ଟାରେ ପୋଷ୍ଟ କଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    48 %
    4.2kmh
    40 %
    Mon
    29 °
    Tue
    36 °
    Wed
    41 °
    Thu
    41 °
    Fri
    40 °

    ସମ୍ବନ୍ଧିତ