Friday, May 3, 2024
38.7 C
Odisha

    ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ । ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ମହିଳା

    ଆଗକୁ ପଢନ୍ତୁ

    ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ  ଓଜେଏସ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ପୁଅଙ୍କ ଅପେକ୍ଷା ଝିଅ ଭଲ କରିଛନ୍ତି । ପରୀକ୍ଷାରେ ମୋଟ ୫୫ ଜଣ ପାସ କରିଛନ୍ତି ।  ପ୍ରଥମ ଦଶଜଣଙ୍କ ମଧ୍ୟରେ  ୮ ଜଣ ମହିଳା ଅଛନ୍ତି । ସୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି ।  ନିଲିଶା ପଟ୍ଟନାୟକ ଦ୍ୱିତୀୟ ହୋଇଥିବାବେଳେ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ, ପଂଚମ ସ୍ଥାନରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମ ସ୍ଥାନରେ ଏସ,ଆର.ତୋଷାଳୀ । ମୋଟ  ପାସ କରଥିବା ପରୀକ୍ଷାର୍ଥୀ ମଧ୍ୟରୁ ୩୯ ଜଣ ଝିଅ ଅଛନ୍ତି ।  ଓଡିଶା ଲୋକସେବା ଆୟୋଗ ପକ୍ଷରୁ ୫୭ଟି ଓଜେଏସ ପଦ ପାଇଁ ମେ ୨୧ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    10 %
    1.5kmh
    0 %
    Fri
    43 °
    Sat
    42 °
    Sun
    44 °
    Mon
    45 °
    Tue
    43 °

    ସମ୍ବନ୍ଧିତ