ନୂଆ ରଣନୈତିକ ପଦକ୍ଷେପ : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ପରେ, ପାକ୍ସ ସିଲିକା ରୂପରେ ଏକ ନୂତନ ରଣନୈତିକ ସହଭାଗୀତା ଉଭା ହୋଇଛି। ଆମେରିକାର ଅଧିକାରୀ ଜ୍ୟାକବ ହେଲବର୍ଗ ନିଶ୍ଚିତ କରିଛନ୍ତି, ଭାରତକୁ ଏହି ସ୍ୱତନ୍ତ୍ର ଗୋଷ୍ଠୀରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଭାରତ ସରକାର ଖୁବ୍ ଶୀଘ୍ର ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମାରେ ଆନୁଷ୍ଠାନିକ ଭାବରେ ସ୍ୱାକ୍ଷର କରିବେ। ଯାହା ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ରଣନୈତିକ ସମ୍ପର୍କକୁ ବୃଦ୍ଧି କରିବ।

