Sunday, February 23, 2025
23.7 C
Odisha

    ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ହେବ ପ୍ଲାନେଟାରିୟମ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼  ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ। ସେହିପରି ୬ କୋଟି ଟଙ୍କାରେ ସାଇନ୍ସ ପାର୍କ ନିର୍ମିତ ହେବାକୁ ଯାଉଛି। ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଏକ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବା ଫଳରେ ଜିଲ୍ଲାବାସୀ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଜାଣିପାରିବେ । ଏଥିସହିତ ଛାତ୍ରଛାତ୍ରୀଙ୍କ ମହାକାଶ ବିଜ୍ଞାନ ଜ୍ଞାନ ବୃଦ୍ଧିରେ ପ୍ଲାନେଟାରିୟମ୍ ଯଥେଷ୍ଟ ମାତ୍ରାରେ ସହାୟକ ହେବ । ଏସମ୍ପର୍କରେ ସାଧାରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    22 %
    1.9kmh
    0 %
    Sun
    26 °
    Mon
    33 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ