Thursday, January 29, 2026
19.8 C
Odisha

    କବାଡି ଖେଳୁଥିବା ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ ଗ୍ରାମରେ ଆଜି ସକାଳେ କବାଡି ଖେଳୁଥିବା ବେଲେ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଯୁବକ ହେଲେ ଛତିଶଗଡ଼ ରାଜ୍ୟ ମହାସମୁନ ଜିଲ୍ଲା ସରେଇପାଲି ଥାନା ଡୁଡୁମଚୂଆ ଗ୍ରାମର ଖଗେଶ୍ବର ରାଠିଆ (୨୬)।ପ୍ରକାଶ ଯେ ଆଜି ତରବୋଡ ଠାରେ କବାଡି ପ୍ରତିଯୋଗିତା ଚାଲିଥିବା ବେଲେ କବାଡି ଖେଳୁଥିବା ବେଲେ ଖେଳାଳି ଖଗେଶ୍ବର ରାଠିଆ ଗୁରୁତର ହୋଇଛି ପଡିଯାଇଥିଲେ। ପରେ କମିଟି ଓ ଖେଳାଳିମାନେ ତୁରନ୍ତ ତରବୋଡ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଅଧିକ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଖେଳାଳିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    19.8 ° C
    19.8 °
    19.8 °
    42 %
    2kmh
    28 %
    Thu
    19 °
    Fri
    31 °
    Sat
    32 °
    Sun
    32 °
    Mon
    33 °

    ସମ୍ବନ୍ଧିତ