Monday, February 9, 2026
25.1 C
Odisha

    ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ଓ ପିଜି ପରୀକ୍ଷା ଫଳ ପ୍ରକାଶିତ

    ଆଗକୁ ପଢନ୍ତୁ

    ଜୟପୁର: ସ୍ଥାନୀୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ(ଷଷ୍ଠ ସେମିଷ୍ଠାର) ଓ  ପି.ଜି ଶେଷ ବର୍ଷର ପରୀକ୍ଷା ଫଳ ଶନିବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ବିଜ୍ଞାନରେ ଶ୍ରେଷ୍ଠ ଛାତ୍ରୀ  ହୋଇଛନ୍ତି ଟି. ସାଇ ଦୀକ୍ଷା । ସେ ‘ଓ’ ଗ୍ରେଡ୍ ରଖିଛନ୍ତି। କଳାରେ ବିଜେତା ମଣି  ‘ଓ’ ଗ୍ରେଡ଼ ରଖି ଶ୍ରେଷ୍ଠ ଛାତ୍ରୀ ହୋଇଛନ୍ତି। ବାଣିଜ୍ୟରେ ଜି.ଶଶାଙ୍କ ରାଜ ‘ଏ’ଗ୍ରେଡ଼ ରଖି ଶ୍ରେଷ୍ଠ ଛାତ୍ରୀ ହୋଇଥିବା କଲେଜର ଅଧ୍ୟକ୍ଷ ରଂଜନ ପ୍ରଧାନ ସୂଚନା ଦେଇଛନ୍ତି।

    ଯୁକ୍ତ ୩ର ବିଜ୍ଞାନ, କଳା ଶ୍ରେଷ୍ଠ ସ୍ଥାନରେ ଛାତ୍ରୀ ଓ ବାଣିଜ୍ୟରେ ଛାତ୍ରୀମାନେ ରହି ବାଜି ମାରି ନେଇଛନ୍ତି। ରାଜ୍ୟର କୌଣସି ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ ନ ହେବା ପୂର୍ବରୁ ହିଁ ପରୀକ୍ଷା ଫଳ ପ୍ରକାଶିତ ‌ହେବା ସହ ମହାବିଦ୍ୟାଳୟ ଇତିହାସରେ ପ୍ରଥମ କରି ଏତେ ଶୀଘ୍ର ବାହାରିଛି। ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇସାରିଥିଲେ ହେଁ  ଏହା ସ୍ବୟଂଶାସିତ ମହାବିଦ୍ୟାଳୟର ନିଜସ୍ବ ପରୀକ୍ଷାଫଳ ପ୍ରକାଶନ। ସ୍ବୟଂଶାସିତ ମହାବିଦ୍ୟାଳୟର ଆଉ ଗୋଟିଏ ବ୍ୟାଚର ପିଲା ପଢ଼ୁଥିବା କହିଛନ୍ତି ଅଧ୍ୟକ୍ଷ ଶ୍ରୀ ପ୍ରଧାନ।

    ଯୁକ୍ତ ୩ବିଜ୍ଞାନରେ ୨୦୦ଜଣ ଛାତ୍ରୀ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪୧ଜଣ ପାସ୍ କରିଛନ୍ତି। ପାସ୍ ହାର ୭୧ ପ୍ରତିଶତ ରହିଛି। ଏଥିରେ ପ୍ରଥମ ଶ୍ରେଣୀରେ ୧୦୪ ଜଣ, ଦ୍ବିତୀୟ ଶ୍ରେଣୀରେ ୩୭ଜଣ  ଏଭଳି ସର୍ବମୋଟ ୧୪୧ଜଣ ପାସ୍ କରିଛନ୍ତି। କଳାରେ ୨୫୫ଜଣ ପରୀକ୍ଷା ଦେଇଥିବା ବେଳେ ୧୭୩ଜଣ ପାସ୍ କରିଛନ୍ତି। ପାସ୍ ହାର ୬୮ ପ୍ରତିଶତ ରହିଛି। ଏଥିରେ ପ୍ରଥମ ଶ୍ରେଣୀରେ ୧୦୭ଜଣ, ଦ୍ବିତୀୟ ଶ୍ରେଣୀରେ ୬୬ଜଣ ପାସ୍ କରିଛନ୍ତି। ବାଣିଜ୍ୟରେ ୨୭୧ଜଣ ପରୀକ୍ଷା ଦେଇଥିବା ବେଳେ ୧୪୮ଜଣ ପାସ୍ କରିଛନ୍ତି। ପାସ୍ ହାର ୫୫ଶତ ପ୍ରତିଶତ ରହିଛି। ଏଥିରେ ପ୍ରଥମ ଶ୍ରେଣୀରେ ୪୮ଜଣ ଓ ଦ୍ବିତୀୟ ଶ୍ରେଣୀରେ ୧୦୦ଜଣ ଏଭଳି ୧୪୮ ପାସ୍ କରିଛନ୍ତି।

    ବିଜ୍ଞାନ ବିଭାଗର ବଟନି ସମ୍ମାନରେ ଗୋପାଳସେଟ୍ଟୀ ଚୈତନ୍ୟ, କେମିଷ୍ଟ୍ରିରେ ସ୍ମରଣିକା ପାଢ଼ୀ, କଂପ୍ୟୁଟର ସାଇନ୍ସରେ ଟି.ସାଇଦୀକ୍ଷା, ଗଣିତରେ ସାଗରିକା ମେହେର, ଫିଜିକ୍ସରେ ବି.ମଣିକାନ୍ତା, ଜୁଲୋଜିରେ ଅମରଜ୍ୟୋତି ଚୌଧୁରୀ ଶ୍ରେଷ୍ଠ ଛାତ୍ରଛାତ୍ରୀ  ହୋଇଛନ୍ତି।

    କଳାବିଭାଗର ଆନ୍ଥ୍ରପୋଲୋଜିରେ ସିତେଶ ହରିଜନ,  ଶିକ୍ଷା ସମ୍ମାନରେ ଶୁଭସ୍ମିତା ବେହେରା, ଅର୍ଥନୀତିରେ ନିବେଦିତା ସାହୁ, ଇଂରାଜିରେ ସ୍ମୃତିମେଧା ମିଶ୍ର, ଜିଓଗ୍ରୋଫିରେ ପଲ୍ଲବୀ ପଟ୍ଟନାୟକ, ଇତିହାସରେ ଜୟସେନ ଖିଲ, ଓଡିଆରେ କେ.ଭାବ୍ୟାଶ୍ରୀ, ଫିଲୋସଫିରେ ସ୍ବାତୀ ସ୍ବରୁପା ମହାପାତ୍ର, ପଲଟିକାଲ୍ ସାଇନ୍ସରେ ବିଜେତା ମଣି, ସୋସିଓଲୋଜୀରେ ଗୌରବ ବେହେରା  ଓବାଣିଜ୍ୟରେ ଜି.ଶଶାଙ୍କ ରାଜ ମେଧା ତାଲିକାରେ ଶୀର୍ଷରେ ରହିଛନ୍ତି।

    ସେହିପରି ବିଭିନ୍ନ ପିଜି ପାଠ୍ୟକ୍ରମରେ ୨୮୪ଜଣ ପରୀକ୍ଷା ଦେଇଥିବା ବେଳେ ୨୫୩ଜଣ ୮୯ପ୍ରତିଶତ ପିଲା ପାସ୍ କରିଛନ୍ତି। ଆଉଟଷ୍ଟାଣ୍ଡିଂରେ ୧୯ଜଣ, ପ୍ରଥମ ଶ୍ରେଣୀରେ ୧୯୨ଜଣ, ଦ୍ବିତୀୟ ଶ୍ରେଣୀରେ ୩୬ଜଣ, ଥାର୍ଡ କ୍ଲାସରେ ୬ଜଣ ପାସ୍ କରିଛନ୍ତି।

    ପିଜିର ଇକୋନମିକ୍ସରେ ଅନୁପମା ସାହୁ, ଇଂରାଜୀରେ ଅଭିପ୍ସା ମହାପାତ୍ର, ହିଷ୍ଟ୍ରୀରେ ଲିୱିସ୍ ଚନ୍ଦ୍ର ସାହୁ, ଓଡିଆରେ ସଂଜୟ ଖେମୁଣ୍ଡୁ, ଫିଲୋସଫିରେ ଅନୁଧା ସାହୁ, ପଲଟିକାଲ୍ ସାଇନ୍ସରେ ବାବୁଲା ପାଙ୍ଗୀ, ସୋସିଓଲୋଜିରେ ମିନୁ ଗଣ୍ଡା, ବାଣିଜ୍ୟରେ ସାଲୋନୀ ସୀତାରାମ, ବଟନିରେ ସ୍ମିତା ସାବତ, କେମିଷ୍ଟ୍ରିରେ ମନୋଜ ମହାନ୍ତି, କଂପ୍ୟୁଟର ସାଇନ୍ସରେ  ଭି.ହସ୍ମିତା, ଗଣିତରେ ଆରତୀ ସରକାର, ଫିଜିକ୍ସରେ ସ୍ମିତା ରକ୍ସା, ଜୁଲୋଜୀରେ ଅଶୋକ ପାଣିଗ୍ରାହୀ, ଏମପିଏମଆଇଆରରେ ବି.ଭାର୍ଗବୀ ରାଓ ମେଧାତାଲିକାରେ ଶୀର୍ଷରେ ରହିଥିବା କଲେଜ ଅଧ୍ୟକ୍ଷ ରଂଜନ ପ୍ରଧାନ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    19 %
    1.5kmh
    16 %
    Mon
    30 °
    Tue
    31 °
    Wed
    32 °
    Thu
    33 °
    Fri
    33 °

    ସମ୍ବନ୍ଧିତ