Friday, October 2, 2026
30.6 C
Odisha

    ଫେବୃଆରୀ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା

    ଆଗକୁ ପଢନ୍ତୁ

    ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ପ୍ରାକ୍ଟିକାଲ ପରୀକ୍ଷା ଏବଂ ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ତାରିଖ ମଧ୍ୟରେ ଶେଷ ହେବ। ସେପଟେ ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ୮୦ମାର୍କରୁ ୨୪ ମାର୍କ ରଖିଲେ ପାସ୍। ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଥିବା ବେଳେ ଆଉ ପ୍ରଶ୍ନପତ୍ରରେ ଆସିବନି ଦର୍ଶ ମାର୍କ ବିଶିଷ୍ଟ ପ୍ରଶ୍ନ। ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ନୂଆ ଢାଞ୍ଚା ଅନୁଯାୟୀ ଏଣିକି ବାର୍ଷିକ ପରୀକ୍ଷାରେ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ। ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ କରିବେ, ନହେଲେ ଫେଲ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରୀ ମାର୍କ ସହ ଏହାକୁ ମିଶାଇ ପାସ୍ ବୋଲି ଗଣାଯିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ