Sunday, March 22, 2026
25.7 C
Odisha

    ଆନ୍ତର୍ଜାତୀୟ ମହିଳା ଦିବସରେ ଗୃହିଣୀଙ୍କୁ ମୋଦୀଙ୍କ ଉପହାର: ୧୦୦ ଟଙ୍କା କମିଲା ଗ୍ୟାସ୍‌ ଦର

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି। ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିବାକୁ ମୋଦୀ ଘୋଷଣା କରିଛନ୍ତି।
    ସେ ଏକ ଏକ୍ସ ପୋ‌ଷ୍ଟ୍‌ କରି କହିଛନ୍ତି, “ଏହା ଦେଶର ଲକ୍ଷ ଲକ୍ଷ ପରିବାର ଉପରେ ରହିଥିବା ଆର୍ଥିକ ବୋଝକୁ ଯଥେଷ୍ଟ ସହଜ କରିବ।’’ ଏହାସହିତ ସେ ଆହୁରି ବି ଲେଖିଛନ୍ତି, “ରନ୍ଧନ ଗ୍ୟାସକୁ ଅଧିକ ସୁଲଭ କରି ଆମେ ପରିବାରର ଉନ୍ନତି ତଥା ଏକ ସୁସ୍ଥ ପରିବେଶ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ମହିଳା ସଶକ୍ତିକରଣ ତଥା ସେମାନଙ୍କ ପାଇଁ ‘ସହଜ ଜୀବନ’ ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତା ସହିତ ମେଳ ଖାଉଛି।’’ ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ଅଏଲ୍‌ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ। ଏହି ବୃଦ୍ଧି ସହିତ ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ ୧,୭୯୫ ଟଙ୍କାରେ ଉପଲବ୍ଧ ହେଉଥିଲା।

    କୋଲକାତାରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ସଂଶୋଧିତ ମୂଲ୍ୟ ୧,୯୧୧.୦୦, ମୁମ୍ବାଇରେ ୧,୭୪୯.୦୦ ଟଙ୍କା ଏବଂ ଚେନ୍ନାଇରେ ୧,୯୬୦.୫୦ ଟଙ୍କା ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ