Tuesday, September 29, 2026
23.6 C
Odisha

    ଅତ୍ୟାବଶ୍ୟକସ୍ଥଳେ ପାଣି ବ୍ୟବହାର କରିବେ ବେଙ୍ଗାଲୁରବାସୀ; ଗାଡ଼ି ଧୋଇବା, ଗଛରେ ଜଳା ଦେବା ମନା

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି। ଏଠାରେ ପାଣି ଅଭାବରୁ ଲକ୍ଷ ଲକ୍ଷ ଲୋକ ଛଟପଟ ହେଉଛନ୍ତି। ସହରର ଅଧିକାଂଶ ଲୋକ ପାଣି ପାଇଁ ଏବେ ଟ୍ୟାଙ୍କର ଉପରେ ନିର୍ଭର କରୁଥିବା ବେଳେ ଏହି ଅଭାବ ପୂରଣ କରିବାରେ ସରକାର ଅସମର୍ଥ ହୋଇଛନ୍ତି।
    ଏନେଇ ରାଜ୍ୟ ସରକାର ଏବେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ ଖିଲାପ ହେଲେ ଦେବାକୁ ପଡିବ ୫ ହଜାର ଟଙ୍କା ଜରିମାନା। ନିର୍ଦ୍ଦେଶାନାମା ଅନୁସାରେ, କେହି ପାଣିରେ କାର ଧୋଇପାରିବେ ନାହିଁ କି ଗଛରେ ପାଣି ଦେଇପାରିବେ ନାହିଁ। ପାଣି କେବଳ ଜରୁରୀ କାର୍ଯ୍ୟ ପାଇଁ ବ୍ୟବହୃତ ହେବ। ଏହାସହ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲାଗିଛି କଟକଣା।
    ଯଦି କେହି ଏହି ନର୍ଦ୍ଦେଶକୁ ଅବମାନନା କରନ୍ତି ତ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଉ‌ଲ୍ଲେଖ କରାଯାଇଛି।

    ସହରର ପ୍ରାୟ ୬୦ ପ୍ରତିଶତ ଲୋକ ଏବେ ଟ୍ୟାଙ୍କର ପାଣି ବ୍ୟବହାର କରୁଛନ୍ତି। କେତେକ ଅଞ୍ଚଳରେ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍‌ ହୋଇଯାଇଥିବାରୁ ଲୋକେ ବହୁ କଷ୍ଟରେ ଦୂରରୁ ଜଳ ସଂଗ୍ରହ କରି କାମ ଚଳାଉଛନ୍ତି। ଲୋକେ ବାଲ୍‌ଟି ଧରି ପାଣି ପାଇଁ ରାସ୍ତାରେ ଲମ୍ବାଲାଇନ ଲଗାଇଛନ୍ତି। ଅନେକ ଲୋକ ଗାଧୋଇବା ପାଇଁ ମାତ୍ର ଅଧା ବାଲ୍‌ଟି ପାଣି ପାଉଥିବା ବେଳେ ଘର ପୋଛିବା ପାଇଁ ବର୍ଜ୍ୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ