Saturday, September 12, 2026
24 C
Odisha

    ‘ତୃଣମୂଳ’ ସାଂସଦଙ୍କ ‘ମିମିକ୍ରି’ ଭିଡିଓ ଭାଇରାଲ୍‌ ଘଟଣା; ଧନଖଡ଼ଙ୍କୁ ଫୋନ୍‌ କଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ ପରିସରରେ ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କରିଥିବା ‘ମିମିକ୍ରି’ ଭିଡିଓ ଭାଇରାଲ୍‌ ହେବା ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ନିକଟକୁ ଫୋନ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ଧନଖଡ଼ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତାଙ୍କ ନିକଟକୁ ଫୋନ୍‌ କରି ଏଭଳି ଅମର୍ଯ୍ୟାଦା ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି। ‘ଏକ୍ସ୍‌’ ପ‌ୋଷ୍ଟ୍‌ରେ ସେ ଲେଖିଛନ୍ତି, ସେ (ପ୍ରଧାନମନ୍ତ୍ରୀ) ମୋତେ କହିଲେ ଯେ, ବିଗତ ୨୦ ବର୍ଷରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ସେ ଏଭଳି ଅପମାନ ସହ୍ୟ କରି ଆସୁଛନ୍ତି। କିନ୍ତୁ, ଭାରତର ଉପରାଷ୍ଟ୍ରପତିଙ୍କ ଭଳି ଜଣେ ସାମ୍ବିଧାନିକ ମୁଖ୍ୟଙ୍କୁ ସଂସଦରେ ଏଭଳି ବିଦ୍ରୂପ କରାଯିବା ପରିତାପର ବିଷୟ।

    ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଲି ଯେ, କେତେଜଣଙ୍କ ଥଟ୍ଟାପରିହାସ ମୋତେ ମୋ କର୍ତ୍ତବ୍ୟ ଓ ଆମ ସମ୍ବିଧାନକୁ ମହନୀୟ କରିଥିବା ନୀତିକୁ ବଜାୟ ରଖିବାରେ ବାଧା ଦେଇ ପାରିବ ନାହିଁ। ମୁଁ ଆନ୍ତରିକ ଭାବେ ସମ୍ବିଧାନର ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ। କୌଣସି ଅପମାନ ମୋତେ ଏଥିରୁ ବିଚ୍ୟୁତ କରିପାରିବ ନାହିଁ। ସମ୍ପ୍ରତି ସାଂସଦମାନଙ୍କୁ ନିଲମ୍ବନ କରାଯିବା ଘଟଣାରେ ପାର୍ଲାମେଣ୍ଟ୍‌ର ମକର ଦ୍ବାରରେ ପ୍ରତିବାଦ ଚାଲିଥିବା ବ‌େଳେ ‘ତୃଣମୂଳ କଂଗ୍ରେସ’ ସଦସ୍ୟ କଲ୍ୟାଣ ବାନାର୍ଜୀ ଭାରତର ଉପରାଷ୍ଟ୍ରପତିଙ୍କୁ ଅନୁକରଣ କରି ତାଙ୍କରି ପରି କଥା କହିଥିଲେ (ମିମିକ୍ରି)। ଏହି ଘଟଣା ମୋବାଇଲ୍‌ରେ ରେକର୍ଡିଙ୍ଗ୍‌ ଚାଲିଥିବା ବେଳେ  କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ ବ୍ୟଥିତ ହୋଇ ଏହାକୁ ଲଜ୍ଜାଜନକ କାର୍ଯ୍ୟ କହି ସାଂସଦ ବାନାର୍ଜୀଙ୍କୁ ନିନ୍ଦା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ