Saturday, September 21, 2024
25.5 C
Odisha

    ଅନନ୍ତ-ରାଧିକାଙ୍କୁ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି, ମୁକେଶ ଅମ୍ବାନୀ ଜଣାଇଲେ ଧନ୍ୟବାଦ

    ଆଗକୁ ପଢନ୍ତୁ

    ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୧୨ ଜୁଲାଇରେ ବାହାଘର ହୋଇଥିବା ବେଳେ ୧୩ ଜୁଲାଇରେ ଶୁଭ ଆଶୀର୍ବାଦ ସମାରୋହ ରଖାଯାଇଥିଲା । ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଲୋକପ୍ରିୟ କଳାକାର ଏବଂ ରାଜନେତା ପହଞ୍ଚିଛନ୍ତି । ଅନନ୍ତ-ରାଧିକାଙ୍କ ଶୁଭ ଆଶୀର୍ବାଦରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

    ଶୁଭ ଆଶୀର୍ବାଦ ସମାରୋହରେ ଯୋଗ ଦେଇ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କୁ ଆଶୀର୍ବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମ୍ବାନୀ ପରିବାରର ମୁମ୍ବାଇ ସ୍ଥିତ ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପରେ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନେଇଥିଲେ । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ପ୍ରଧାନମନ୍ତ୍ରୀଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉପହାର ଦେଇଥିଲେ ।

    ତେବେ ପ୍ରଧାନମନ୍ତ୍ରୀ ମୋଦି ନିଜ କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ବିବାହ ଉତ୍ସବରେ ଯୋଗ ଦେଇଥିବାରୁ ମୁକେଶ ଅମ୍ବାନୀ ଧନ୍ୟବାଦ ଜଣାଇଛନ୍ତି । ମୁକେଶ ଅମ୍ବାନୀ ଧନ୍ୟବାଦ ଭାଷଣ ଦେବା ସମୟରେ କହିଛନ୍ତି, ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦି ଜୀ, ମୋ ପାଖରେ ଆପଣଙ୍କ ଧନ୍ୟବାଦ ଜଣାଇବା ପାଇଁ ଶବ୍ଦ ନାହିଁ । ଆପଣ ଅନନ୍ତ-ରାଧିକାଙ୍କୁ ଆଶୀର୍ବାଦ ଦେଇ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଛନ୍ତି । ଏହାକୁ କେବେ ବି ଭୁଲି ହବନି ।
    ଶୁକ୍ରବାର ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବକୁ ଯେଉଁମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଶନିବାରର ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।

    ସୂଚନାଯୋଗ୍ୟ, ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ୧୨ ଜୁଲାଇରେ ଧୁମଧାମରେ କରିଛନ୍ତି । ବିବାହର ପରଦିନ ଅର୍ଥାତ୍‌ ୧୩ ତାରିଖରେ ଶୁଭ ଆଶୀର୍ବାଦ ସମାରୋହ ରଖାଯାଇଥିଲା । ଏହାପରେ ୧୪ ଜୁଲାଇ ଆଜି ରିସେପସନ ରଖାଯାଇଛି । ଆଜିର ପାର୍ଟିରେ ପୁଣି ବଡ ବଡ ନାମୀଦାମୀ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା, ହଲିଉଡ ଷ୍ଟାର ଯୋଗ ଦେବେ । ତେବେ ବିବାହର ସମସ୍ତ ଉତ୍ସବ ସରିବା ପରେ ଅନନ୍ତ-ରାଧିକା ପରିବାର ସହିତ ଲଣ୍ଡନ ବୁଲିବାକୁ ଯିବେ ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    84 %
    1.1kmh
    100 %
    Sat
    25 °
    Sun
    30 °
    Mon
    29 °
    Tue
    30 °
    Wed
    29 °

    ସମ୍ବନ୍ଧିତ