Friday, April 24, 2026
29.4 C
Odisha

    ଓଡ଼ିଶାରେ ଆବାସ ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ‌ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ୍ କରି ଲେଖିଛନ୍ତି, ‘ଚା’ ପିଇବା ସହ ଆନନ୍ଦଦାୟକ ବାର୍ତ୍ତାଳାପ ସ୍ମରଣୀୟ ରହିବ। ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି। ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି। ଏହି ଯୋଜନା ଏବଂ ଏଭଳି ଅନ୍ୟ ଯୋଜନା କିପରି ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ସେମାନେ କହିଥିଲେ।  ଗାଡ଼କଣରେ ହିତାଧିକାରୀମାନଙ୍କୁ ଭେଟିଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ସରକାରଙ୍କ ପ୍ରମୁଖ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଥିଲେ। ଏହା ସର୍ବବୃହତ୍, ଏକକ ମହିଳା କେନ୍ଦ୍ରୀତ ଯୋଜନା ଏବଂ ଏଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିଛନ୍ତି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଶ୍ରୀ ମୋଦୀ  ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ପାଖାପାଖି ୧୪ଟି ରାଜ୍ୟର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଗୃହ ନିର୍ମାଣ ସହାୟତାର ପ୍ରଥମ କିସ୍ତି ଜାରି କରିଥିଲେ। ସେ ଦେଶବ୍ୟାପୀ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ)ର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ କରିଥିଲେ ଏବଂ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିଥିଲେ। ଏହାବ୍ୟତୀତ, ସେ ପିଏମଏୱାଇ-ଜି ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ + ୨୦୨୪ ଆପ୍ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା – ସହରାଞ୍ଚଳ (ପିଏମଏୱାଇ-ୟୁ) ୨.୦ର କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀର ଉନ୍ମୋଚନ କରିଥିଲେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.4 ° C
    29.4 °
    29.4 °
    16 %
    1.2kmh
    79 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    44 °

    ସମ୍ବନ୍ଧିତ