ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ-ବାରଣାସୀ ଜାତୀୟ ରାଜପଥରେ ଭୟଙ୍କର ସୁଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍ ସ୍କର୍ପିଓକୁ ଧକ୍କା ଦେବାରୁ ୪ ଜଣକ ଜୀବନ ଚାଲିଯାଇଥିବା ବେଳେ ଦୁଇ ଜଣ ଗୁରୁତର ରହିଛନ୍ତି । ଭୟଙ୍କର ଦୁର୍ଘଟଣାରେ ସ୍କର୍ପିଓଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । ଏଥିରେ ଫସିଥିବା ଯାତ୍ରୀଙ୍କୁ ଗ୍ୟାସ୍ କଟର୍ ସାହାଯ୍ୟରେ ବାହାର କରାଯାଇଛି ।
ଖବର ଅନୁସାରେ, ସ୍କର୍ପିଓରେ ଯାଉଥିବା ସମସ୍ତ ଯାତ୍ରୀ ମିର୍ଜାପୁର ସ୍ଥିତ ମା ବିନ୍ଧ୍ୟବାସିନୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ଦର୍ଶନ ପରେ ଫେରୁଥିବା ବେଳେ ୧୯ନମ୍ବର ଜାତୀୟ ରାଜପଥର ରୂପାପୁର ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଥିଲା । ସ୍କର୍ପିଓଟି ରାସ୍ତା କଡରେ ଅଟକି ଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା । ୪ ଜଣକ ଜୀବନ ଚାଲିଯାଇଥିବା ବେଳେ ଦୁଇ ଜଣ ଗୁରୁତର ରହିଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏଥିରେ ଫସିଥିବା ଲୋକଙ୍କୁ ମଧ୍ୟ ସହଜରେ ବାହାର କରାଯାଇ ପାରିନଥିଲା ।
ଦୁର୍ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା । ଭୟଙ୍କର ଦୁର୍ଘଟଣାରେ ସ୍କର୍ପିଓଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । ଏଥିରେ ଫସିଥିବା ଯାତ୍ରୀଙ୍କୁ ଗ୍ୟାସ୍ କଟର୍ ସାହାଯ୍ୟରେ ବାହାର କରାଯାଇଛି । ଡୋରକୁ କଟରରେ କାଟି ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା ।
ଉଦ୍ଧାର ପରେ ଆହତଙ୍କୁ ହସ୍ପିଟାଲ ପଠାଯାଇଛି । ତେବେ ପ୍ରାଣ ହରାଇଥିବା ତିନି ଜଣ ହେଲେ ଅମନ, ଗୋଲୁ ଏବଂ ଆଲୋକ । ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଆହତଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି । ପ୍ରାରମ୍ଭରୁ ଟ୍ରକ ପଛରୁ ଧକ୍କା ଦେଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକ ଶୋକରେ ବୁଡ଼ି ରହିଛନ୍ତି ।
