Wednesday, April 1, 2026
30.8 C
Odisha

    ତିନି ଦିନିଆ ଆମେରିକା ଗସ୍ତରେ ଗଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ଆମେରିକା ଗସ୍ତ ପାଇଁ ଉଡ଼ାଣ ଭରି ସାରିଛନ୍ତି। ସେଠାରେ ପହଞ୍ଚି ସେ ଚତୁର୍ଥ କ୍ବାଡ୍‌ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ। ଏହି କ୍ବାଡ୍‌ ସମ୍ମିଳନୀକୁ ଆମେରିକା ରାଷ୍ଟ୍ରପତି ତାଙ୍କ ନିଜ ସହ ୱିଲମିଙ୍ଗଟନରେ ଆୟୋଜନ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଥିଲେ, ‘‘ମୁଁ ମୋର ସହଯୋଗୀ ରାଷ୍ଟ୍ରପତି ଜୋ ବାଇଡେନ୍‌, ପ୍ରଧାନମନ୍ତ୍ରୀ ଆଲବାନି ଏବଂ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ କ୍ବାଦ ସମ୍ମିଳନୀରେ ଯୋଗଦେବାକୁ ଅପେକ୍ଷା କରିଛି। ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ସକାଶେ କାର୍ଯ୍ୟ କରିବା ପାଇଁ ଏହି ଫୋରମ୍ ସମାନ ଚିନ୍ତାଧାରା ବିଶିଷ୍ଟ ଦେଶରଗୁଡ଼ିକର ଏକ ପ୍ରମୁଖ ଗୋଷ୍ଠୀ ଭାବରେ ଉଭା ହୋଇଛି। ରାଷ୍ଟ୍ରପତି ବାଇଡେନଙ୍କ ସହ ମୋର ସାକ୍ଷାତ ଆମକୁ ଭାରତ-ଆମେରିକାର ମଧ୍ୟରେ ‘ଗ୍ଲୋବାଲ୍‌ ଷ୍ଟ୍ରାଟେଜିକ୍‌ ପାର୍ଟନର୍‌ସିପ୍’କୁ ବଢ଼ାଇବା ପାଇଁ ନୂଆ ପଥ ଦେଖାଇବ।’’  ଏହି କ୍ବ‌ାଡ୍ ସମ୍ମିଳନୀ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅନେକ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ପାରସ୍ପାରିକ ସ୍ବାର୍ଥ ପ୍ରସଂଗରେ ଆଲୋଚନା କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ