Monday, September 28, 2026
27.5 C
Odisha

    PNG ପାଇପ ଲାଇନରୁ ଗ୍ୟାସ୍ ହେଲା ଲିକ୍, ସ୍ଥାନୀୟ ଲୋକେ ଭୟଭିତ

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳରେ BPCL ର PNG ଗ୍ୟାସ୍ ପାଇପ ଲାଇନରୁ ଗ୍ୟାସ୍ ଲିକ୍। TPCODL ପକ୍ଷରୁ ଭୂତଳ କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ ପାଇପ୍ ଲାଇନ୍। ବହୁ ପରିମାଣରେ PNG ଗ୍ୟାସ ଲିକ୍। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ରହିଛନ୍ତି । ଅମଲା ପଡ଼ା କେନାଲ ରୋଡରେ ଏଭଳି ଅଭାବନୀୟ ଅଘଟଣ ଘଟିଛି । ଦମକଳ ବାହିନୀ, ଟାଉନ୍ ଥାନା ପୁଲିସ ଓ BPCL କର୍ମଚାରୀ ପହଞ୍ଚି ଗ୍ୟାସ୍ ଲିକ୍ ରୋକିବାକୁ ଉଦ୍ୟମ ଚଳାଇଛନ୍ତି । ଖବର ପାଇବା ପରେ BPCL ର ବୈଷୟିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଲିକ୍ ସଜାଡ଼ିବା ଆରମ୍ଭ କରିଛନ୍ତି । କୌଣସି ବିପଦ ନଥିବା ଜଣା ପଡ଼ିଛି । ସେପଟେ ସେହି ପାଇପ ଦେଇ PNG ଯୋଗାଣ ବନ୍ଦ କରଯାଇଛି । ଖୁବଶୀଘ୍ର ପାଇପ ମରାମତି କରି PNG ଯୋଗାଣ ସ୍ୱାଭାବିକ କରାଯିବର ସୂଚନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ