Saturday, April 11, 2026
37.2 C
Odisha

    ବିଧାନସଭାରେ ପୋଲାଭରମ୍ ଝଡ଼: ପ୍ରଥମାର୍ଦ୍ଧରେ ଅଚଳାବସ୍ଥା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଧାନସଭାରେ ପୋଲାଭରମ୍ ଝଡ଼ ବହିଛି। କଂଗ୍ରେସ ସଭ୍ୟମାନେ ପୋଲାଭରମ୍ ପ୍ରସଙ୍ଗରେ ହୋହଲ୍ଲା କରିବାରୁ ପ୍ରଥମାର୍ଦ୍ଧରେ ଆଦୌ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଗୃହ ବାହାରେ ତିନି ଦଳ ପରସ୍ପରକୁ ଆକ୍ଷେପ କରିଥିଲେ। ଆଜି କଂଗ୍ରେସ ପକ୍ଷରୁ ପୋଲାରମ୍ ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ନୋଟିସ୍ ଦିଆଯାଇଥିଲା। କିନ୍ତୁ ବାଚସ୍ପତି ତାହାକୁ ଖାରଜ କରିଦେଇଥିଲେ। ଏହାର ପ୍ରତିବାଦରେ ପ୍ରଶ୍ନକାଳରେ କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିଥିଲେ। ପୋଲାଭରମ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡ଼ି ବସି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ। ବାଚସ୍ପତି ବିଧାୟକମାନଙ୍କୁ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରି ପ୍ରଶ୍ନକାଳ ଜାରି ରଖିଲେ। ଏହି ସମୟରେ ବିଜେଡି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ଗୃହକୁ ସ୍ବାଭାବିକ କରି ଚଳାଇବା ପାଇଁ ଦାବି କରିଥିଲେ। ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।
    ୧୧ଟା ୩୦ରେ ବି ଗୃହ ସ୍ବାଭାବିକ ହୋଇ ନଥିଲା। କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବିଜେଡି ସଭ୍ୟମାନେ ତାଳ ଦେଇ ଭିତରକୁ ଆସିଗଲେ। ଉଭୟ ଦଳର ସଭ୍ୟମାନେ ସରକାରଙ୍କ ବିରୋଧରେ ନାରାବାଜି କଲେ। ବାଚସ୍ପତି କହିଥିଲେ, ‘ଗତକାଲି କଂଗ୍ରେସ ପକ୍ଷରୁ ପୋଲାଭରମ୍ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଦିଆଯାଇଥିଲା। ତାହାକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା। ତେବେ ପୋଲାଭରମ୍ ପ୍ରସଙ୍ଗଟି କୋର୍ଟଙ୍କ ବିଚାରାଧୀନ ଥିବାରୁ ବିଧାନସଭାର ବିଧି ଅନୁସାରେ ଗୃହରେ ଆଲୋଚନା ହୋଇପାରିବ ନାହିଁ। ତେଣୁ ଏହାକୁ ଅଗ୍ରାହ୍ୟ କରିଦିଆଗଲା। ’ କିନ୍ତୁ ବିରୋଧୀ ଶାନ୍ତ ହୋଇ ନଥିଲେ। ନାରାବାଜି ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ।

    ଗୃହ ବାହାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ବିଜେଡି ଆଗରୁ ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା। ଆଗକୁ ମଧ୍ୟ ଲଢ଼େଇ ଜାରି ରହିବ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ୍ ଡ୍ୟାମ୍ ନିର୍ମାଣ କାର୍ଯ୍ୟରେ ଡବଲ୍ ଇଞ୍ଜିନ ବିଜେପି ସରକାର ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରୁଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ବହୁ ଅଞ୍ଚଳ ବୁଡ଼ିଯିବ। କିନ୍ତୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଥିଲେ, ରାଜ୍ୟର ସ୍ବାର୍ଥ ପାଇଁ କିଏ କେତେ ଲଢ଼େଇ କରୁଥିଲା, ତାହା ୨୪ ବର୍ଷର ଇତିହାସ ଦେଖିଲେ ଜଣାପଡ଼ୁଛି। ଲଢ଼େଇ କେଉଁଠି କେମିତି କରୁଥିଲେ, ସେକଥା ଯଦି ଖୋଲିଦିଆଯାଏ ତାହା ହେଲେ କିଛି ଲୋକ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। କାହାକୁ ମୁହଁ ଦେଖାଇପାରିବେ ନାହିଁ। ଓଡ଼ିଶାବାସୀଙ୍କ ସ୍ବାର୍ଥ ଲାଗି ବିଜେପି ଲଢ଼େଇ କରିବା ପାଇଁ ସର୍ବଦା ଆଗକୁ ଆସିଛି। ଓଡ଼ିଶାର ସ୍ବାର୍ଥ ପାଇଁ ଯାହା ଆବଶ୍ୟକତା ଅଛି, ବିଜେପି ସରକାର ନିଶ୍ଚିତ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ