Tuesday, July 1, 2025
24.4 C
Odisha

    ଲିଙ୍ଗରାଜ ମନ୍ଦିର ବାହାରେ ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ବାନ୍ଧିଲା ପୋଲିସ

    ଆଗକୁ ପଢନ୍ତୁ

    ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ସେବାୟତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ଏ ରେ ମାମଲା ରୁଜୁ କରାଯାଇଛି ।ମିଳିଥିବା ସୂଚନା ମୁତାବକ, ଲିଙ୍ଗରାଜ ମନ୍ଦିରର ଐତିହ୍ୟ ବିଷୟରେ ବୁଝାଇବାକୁ ଯାଇ ବିଦେଶିନୀଙ୍କ ସହ ଅସଦାଚରଣ କରିଥିଲେ ସେବାୟତ କୁଣ୍ଡୁ ମହାପାତ୍ର । ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ବିଦେଶିନୀ । ପୋଲିସ ତୁରନ୍ତ ଏହି ଘଟଣାର ଯାଞ୍ଚ କରିବା ସହ ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    90 %
    1.7kmh
    100 %
    Tue
    25 °
    Wed
    26 °
    Thu
    31 °
    Fri
    29 °
    Sat
    24 °

    ସମ୍ବନ୍ଧିତ