Monday, March 30, 2026
27.4 C
Odisha

    ସାଇବର ଠକଙ୍କ କବଳରୁ ବର୍ତ୍ତିବା ଲାଗି ୧୯୩୦ ନମ୍ବରରେ କଲ୍ କରିବାକୁ ପରାମର୍ଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଅନଲାଇନରେ ସାଇବର ଠକ ମାତିଛନ୍ତି । ୬ ମାସରେ ୩୬ କୋଟି ଟଙ୍କା  ଲୁଟି ନେଲେଣି। ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଏହି ପରିମାଣ ଲୁଟ ହୋଇଥିବା ପୁଲିସ୍ କହିଛି। ଖବର ଅନୁଯାୟୀ, ସାଇବର ଠକଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ମୋଟ ୨୩୯୪ଟି ମାମଲା ସାଇବର ଥାନାରେ ରିପୋର୍ଟ ହୋଇଛି। ପୁଲିସ୍ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ସାଇବର ଠକଙ୍କର ୯କୋଟି ୫୦ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି।

    ଅଭିଯୋଗକାରୀଙ୍କୁ ୪୬ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏହି ଘଟଣାରେ ମୋଟ ୨୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ତଃରାଜ୍ୟ ଠକ ରହିଛନ୍ତି ।

    ଦୁଇଟି ଉପାୟରେ ଠକେଇ ଅଭିଯୋଗ ବଢିଥିବା ବେଳେ ଡିଜିଡିଟାଲ ଆରେଷ୍ଟର ଅଧିକ ମାମଲା ରୁଜୁ ହୋଇଛି। ଇନଭେଷ୍ଟମେଣ୍ଟ ଫ୍ରଡ୍ ନାମରେ ମଧ୍ୟ ଅନେକ ଲୋକଙ୍କୁ ସାଇବର ଠକ ଠକୁଛନ୍ତି। ଏଭଳି ଠକଙ୍କ କବଳରୁ ବର୍ତ୍ତିବା ଲାଗି ୧୯୩୦ ନମ୍ବରରେ କଲ୍ କରିବାକୁ ଜନସାଧାରଣଙ୍କୁ ପୁଲିସ୍ କମିସନରେଟ ପକ୍ଷରୁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ