Tuesday, March 10, 2026
36.8 C
Odisha

    ପୁଲିସ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

    ଆଗକୁ ପଢନ୍ତୁ

    ବିଶ୍ରା: ସୁନ୍ଦରଗଡ଼ ସୀମାନ୍ତ ଜରେଇକେଲାରୁ ୩୦ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ମନୋହରପୁର ଥାନା ଅଧିନସ୍ଥ ସରଣ୍ଡା ଜଙ୍ଗଲସ୍ଥ ପଥରବସା ଗାଁରେ ରବିବାର ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଇଛି। ଏହି ଗୁଳି ବିନିମୟ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଗୁଳି ବିନିମୟ ପରେ ମାଓବାଦୀମାନେ ଜଙ୍ଗଲ ଭିତରେ ଛତ୍ରଭଙ୍ଗ ଦେଇଥିଲେ। ଫଳରେ ଏହି ଅଞ୍ଚଳରେ ପୁଲିସ ଏବଂ ସିଆର୍‌ପିଏଫ୍ ଯବାନମାନେ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ କିଛି ମାଓବାଦୀ ସରଣ୍ଡା ଜଙ୍ଗଲର ପଥରବସା ଠାରେ କ୍ୟାମ୍ପ୍‌ କରି ରହିଛନ୍ତି। ଏହି ସୂଚନା ପାଇବା ପରେ ମନୋହରପୁର ଡିଏସ୍‌ପି ଜୟଦୀପ ଲାକ୍ରାଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ, ସିଆର୍‌ପିଏଫ୍‌, କୋବ୍ରା ବାହିନୀ ଏବଂ ଝାଡ଼ଖଣ୍ଡ ଜାଗୁଆରର ଏକ ମିଳିତ ଦଳ ରବିବାର ସକାଳ ୬ଟା ବେଳେ ପଥରବସାରେ ପହଞ୍ଚି ନକ୍ସଲ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ କ୍ୟାମ୍ପ୍‌ରେ ଥିବା ମାଓବାଦୀ ସୁରକ୍ଷା ବାହିନୀଙ୍କ ଉପରକୁ ପାଲଟା ଗୁଳି ଚଳାଇ ଥିଲେ। ଉଭୟ ପାର୍ଶ୍ୱରୁ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମାଓ ନେତା ମିଶିର୍ ବେସରା ସରଣ୍ଡା ଜଙ୍ଗଲରେ ଲୁଚି ରହି ଥିବା ସଂମ୍ପର୍କରେ ସୂଚନା ପାଇବା ପର ଠାରୁ ପୁଲିସ ପକ୍ଷରୁ କ୍ରମାଗତ ଭାବେ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନକୁ ସକ୍ରିୟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.8 ° C
    36.8 °
    36.8 °
    17 %
    4.5kmh
    2 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ