Tuesday, March 31, 2026
25.7 C
Odisha

    ଆଳୁ ମିସନ: ୩ ବର୍ଷ ଅବଧି ବଢ଼ାଇଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରୋଷେଇଶାଳର ଅତି ଗୁରୁତ୍ବପୂର୍ଣ୍ଣ ପରିବା ‘ଆଳୁ’ ସଂକଟର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଉଦ୍ୟନକୃଷି ନିର୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍‌ କୋଲକାତା ଯାଇଛନ୍ତି। ଏହି ଟିମ୍‌ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ। ନୂଆ ଆଳୁ ମିସନ ନେଇ କୃଷି ଓ କୃଷକ ସଶକ୍ତୀକରଣ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଗତ ସରକାର ଆଳୁ ମିସନ କରିଥିଲେ, ଯାହା ଫେଲ ହୋଇଥିଲା। ବର୍ତ୍ତମାନର ସରକାର ରାଜ୍ୟରେ ଆଳୁ ଉତ୍ପାଦନ ଅଧିକ ପାଇଁ ଚେଷ୍ଟା କରୁଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବ। ବିହନ ସମୟ ସୀମା ଭିତରେ ଦିଆ ଯାଉ ନଥିଲା। ଜାନୁଆରିରେ ଆଳୁ ଅମଳ ସମୟରେ ଦିଆଯାଉଥିଲା। ସେଥିପାଇଁ ଆଳୁ ମିସନ ଫେଲ ମାରିଥିଲା।

    ଶ୍ରୀ ସିଂହଦେଓ କହିଛନ୍ତି, ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆସିବ। ହାଇବ୍ରିଡ଼ ଶୀତଳ ଭଣ୍ଡାର ପାଇଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି। ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ହେବ। ଅନେକ ଲୋକ ଆବେଦନ ବି କରିଛନ୍ତି। ନୂଆ ଟେକ୍ନୋଲୋଜି ଭିନ୍ନଭିନ୍ନ ତାପମାତ୍ରାରେ ବିଭିନ୍ନ ପରିବା କିଭଳି ରଖାଯାଇ ପାରିବ ସେ ନେଇ ବିଭାଗ ତର୍ଜମା କରୁଛି। ଶୀତଳଭଣ୍ଡାରର ଭଡ଼ା କେମିତି ଅଧିକ ନହେବ ସେ ନେଇ ବି ତର୍ଜମା ହେଉଛି। ଉଦ୍ୟନକୃଷି ନିର୍ଦେଶକଙ୍କ ନେତୃତ୍ୱରେ ଗୋଟିଏ ଟିମ କୋଲକାତା ଯାଇଛନ୍ତି। ଏହି ଟିମ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ