Wednesday, July 2, 2025
24.6 C
Odisha

    ପୁଣି ଗିରଫ ହେଲା କୁଖ୍ୟାତ ଅପରାଧୀ ଛବି ଲେଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ଅପରାଧୀ ଛବି ଲେଙ୍କା । ଦାଦା ବଟି ଓ ହତ୍ୟା ଧମକ ଦେବା ଅଭିଯୋଗରେ ଛବିକୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ। ଗତକାଲି ବିଳମ୍ବିତ ରାତିରେ ବେଲଗଛିଆ ଗାଁର ଛବିନ୍ଦ୍ର ଲେଙ୍କା ନରଣପୁର ବାଲି ଘାଟରେ ୨ ଲକ୍ଷ ଟଙ୍କା ଦାଦା ବଟି ମାଗିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଘାଟ କର୍ମଚାରୀ ପ୍ରକାଶ ଚନ୍ଦ୍ର ତରାଇଙ୍କ ଠାରୁ ୪୦ ହଜାର ଟଙ୍କା ନେଇ ଚାଲିଯାଇଥିଲା ଛବି । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଛବି ଲେଙ୍କାକୁ ଗିରଫ କରିଛି ପୋଲିସ । ତା ନିକଟରୁ ୩୦ ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି । ଛବି ନାଁରେ ୬ରୁ ଅଧିକ ଥାନାରେ ହତ୍ୟା ଏବଂ ଚୋରି ଡକାୟତି ଭଳି ସଙ୍ଗୀନ ମାମଲା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    91 %
    1.1kmh
    100 %
    Wed
    25 °
    Thu
    26 °
    Fri
    29 °
    Sat
    28 °
    Sun
    24 °

    ସମ୍ବନ୍ଧିତ