Monday, October 12, 2026
30 C
Odisha

    ସରକାରଙ୍କ ଉପଲବ୍ଧି ଓ ସଫଳତା ନେଇ ବିବୃତ୍ତି ରଖିଲେ ଦୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ଅନ୍ତରୀଣ ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଅଭିଭାଷଣ ରଖିଛନ୍ତି ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ମୋଦୀ ସରକାରଙ୍କର ୧୦ ବର୍ଷର ଉକ୍ରର୍ଷତାକୁ ବଖାଣିଛନ୍ତି । ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଓ ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ପ୍ରସଙ୍ଗ ରଖିଲେ ରାଷ୍ଟ୍ରପତି ।ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ ସଂସଦୀୟ ଅଧିବେଶନ ହେବ। ଫେବ୍ରୁଆରୀ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ। କାର୍ୟ୍ୟଭାର ଗ୍ରହଣ କରିବା ପରେ ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ଅଧିବେଶନ ଫେବ୍ରୁଆରୀରେ ଶେଷ ହେବାର କାର୍ୟ୍ୟକ୍ରମ ରହିଛି। ରା‌ଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କ କାଳଜୟୀ କବିତା ‘ମିଶୁ ମୋର ଦେହ ଏଦେଶ ମାଟିରେ’ କବିତାକୁ ମନେ ପକାଇଛନ୍ତି।ଚଳିତ ଅଧିବେଶନରେ କାର୍ୟ୍ୟଦିବସ ସଂଖ୍ୟା ଖୁବ୍‌ କମ୍‌ ରହିଥିବାରୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରାଥମିକତା ଭିତ୍ତିରେ ଜରୁରୀ ବିଲ୍‌ଗୁଡ଼ିକ ଆଗତ କରାଯିବା ସମ୍ଭାବନା ରହିଛି। ଅନ୍ୟପକ୍ଷେ, ଏଥର ମଧ୍ୟ ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍‌ କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ନଥିବା ଜଣାପଡ଼ିଛି। ବିଜେଡି ଏହି ବିଲ୍‌କୁ ଆଗତ କରିବା ପାଇଁ ଦାବି ଚଳିତ ଅଧିବେଶନରେ କରିବ। ଏଥିସହିତ ବିଜେଡି ବଜେଟ୍‌ ଅଧିବେଶନ କାଳରେ ରାଜ୍ୟରେ ଜାତୀୟ ରାଜପଥ, ଉପକୂଳ ରାଜପଥର କାର୍ୟ୍ୟ ତ୍ବରାନ୍ବିତ, ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା(ଗ୍ରାମୀଣ) ଅନ୍ତର୍ଗତ ୭ ଲକ୍ଷ ଆବାସର ଆବଣ୍ଟନ; ହୋ, ମୁଣ୍ଡାରୀ, ଭୂମିଜ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ; ରାଜ୍ୟର ୧୬୯ଟି ଜାତିକୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର, ପ୍ରଧାନମନ୍ତ୍ରୀ ଫସଲ ବୀମା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ, ସ୍ବାମୀନାଥନ କମିସନଙ୍କ ସୁପାରିସକୁ ଲାଗୁ କରିବା, ସମ୍ବିଧାନରେ ଅହିଂସା ଶବ୍ଦକୁ ସାମିଲ କରିବା ଭଳି ପ୍ରସଙ୍ଗ ପୁଣିଥରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    51 %
    2.8kmh
    9 %
    Mon
    30 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ