Saturday, April 11, 2026
37.2 C
Odisha

    ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି।
    ୫-ଟି ସ୍କୁଲ୍‌ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,ଓଡ଼ିଶାର ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ପୂର୍ବ ସରକାର ଷଡ଼ଯନ୍ତ୍ର କରିଥିଲେ। ଗୁଣାତ୍ମକ ଶିକ୍ଷା ଆଜି ବି ଆମ ପାଇଁ ଆହ୍ଵାନ ହୋଇ ଛିଡା ହୋଇଛି। ଯୁବପିଢିଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଓ ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କୁ ଥଇଥାନ କରିବା ତଥା ଦେଶ ଗଠନରେ ତାଙ୍କୁ ନିୟୋଜିତ କରିବା ହେଉଛି ଆମ ପାଇଁ ବଡ଼ ଆହ୍ଵାନ। ୨୦୨୦ରେ ଏନଇପି ଅଣାଗଲା। ହେଲେ ରାଜନୈତିକ ଅଭିସନ୍ଧି ଯୋଗୁଁ ଏହାକୁ ରାଜ୍ୟରେ ଲାଗୁ କରାଯାଇ ନ ଥିଲା। ଚଳିତ ବର୍ଷଠାରୁ ଏହା ଲାଗୁ ହେବ ଓ ଶିକ୍ଷା କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିବ।

    ଶ୍ରୀ ମାଝୀ କହିଛନ୍ତି, ଆମ ସରକାର ଭବିଷ୍ୟତକୁ ଆଧାର କରି ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶକୁ ବିଶେଷ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରାଯାଇଛି। ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ନିମନ୍ତେ ମୋଟ ୬,୭୯୪ ବିଦ୍ୟାଳୟ ନିର୍ମାଣ ପାଇଁ ଯୋଜନା କରାଯାଇଛି। ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ ୩୫ ହଜାର ୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟରେ ଡ୍ରପ୍‌ ଆଉଟ୍‌ ହାର କମାଇବା ପାଇଁ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

    ସେଥିପାଇଁ ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରାଯାଇଛି। ପୂର୍ବ ସରକାର ସମୟର ମୋର ଏନେଇ ଏକ ପ୍ରସ୍ତାବ ରହିଥିଲା, ହେଲେ ବିଜେଡ଼ି ସରକାର ଏହା ଶୁଣି ନ ଥିଲେ। ଭଗବାନଙ୍କ ଆଶୀର୍ବାଦ ଆଜି ମୁଁ ସରକାରଙ୍କର ମୁଖିଆ ହୋଇ ଏହାକୁ ଆରମ୍ଭ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ