Thursday, April 2, 2026
26.4 C
Odisha

    ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଗାଢକଣା ଅଭିମୁଖେ ବାହାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି।ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜାରେ ଲୋକେ ଝୁମୁଛନ୍ତି। ଏଣେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଲୋକକଳା ଓ ଲୋକଗୀତରେ ଅଂଶଗ୍ରହଣ କରିଛନ୍ତି କଳାକାର।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୪ତମ ଜନ୍ମଦିନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତ ରହିଛି। ସେ ଗୁଜୁରାଟରୁ ଭୁବନେଶ୍ୱର ଆସୁଥିବା ନେଇ ନିଜର ସୋସିଆଲ୍ ମିଡିଆ ଏକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି,
    ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘ସୁଭଦ୍ରା’ର ଆରମ୍ଭ କରିବା ପାଇଁ ଓଡ଼ିଶାର ଅଦ୍ଭୁତ ଲୋକଙ୍କ ମଧ୍ୟରେ ରହିବା ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ଯୋଜନା ମହିଳା ସଶକ୍ତିକରଣକୁ ବୃଦ୍ଧି କରିବ ଏବଂ ଆମର ନାରୀ ଶକ୍ତି ପାଇଁ ଆର୍ଥିକ ସ୍ବାଧୀନତା ନିଶ୍ଚିତ କରିବ।
    ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ କାର୍ଯ୍ୟର ମଧ୍ୟ ଶଭାରମ୍ଭ ହେବ।
    ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରିଛନ୍ତି। ଏନେଇ ନିଜର ସୋସିଆଲ୍ ମିଡିଆ ଏକାଉଣ୍ଟ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ପବିତ୍ର ମାଟିକୁ ସ୍ୱାଗତ। ତାଙ୍କ ନେତୃତ୍ୱରେ ଭାରତର ଉନ୍ନତି ଓ ସମୃଦ୍ଧିର ଦିଗରେ ଓଡ଼ିଶା ମଧ୍ୟ ନୂଆ ଅଧ୍ୟାୟ ଲେଖୁଛି।
    ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଓଡ଼ିଶାବାସୀଙ୍କ ତରଫରୁ ଚିଠି ଲେଖି ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ