Saturday, September 12, 2026
24.8 C
Odisha

    ଡିଜିପି-ଆଇଜିପି ସମ୍ମିଳନୀର ଆଜି ଅନ୍ତିମ ଦିବସ: ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଡିଜିପି-ଆଇଜିପି ସମ୍ମିଳନୀର ଆଜି ତୃତୀୟ ଦିବସ। ଆଜିର ଅଧିବେଶନରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋସେବା ଭବନରେ ପହଞ୍ଚିଛନ୍ତି। ଏହାଛଡ଼ା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ଡିଜିପି-ଆଇଜିପି ସମ୍ମିଳନୀରେ ଉପସ୍ଥିତ ଥିବା ଜଣାଯାଇଛି। ଆଜି ଦୁଇ ନେତା କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର। ସୂଚନାଯୋଗ୍ୟ, ପୁଲିସ ବିଭାଗର ସମସ୍ତ ମୁଖିଆଙ୍କୁ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଭ୍ୟନ୍ତରୀଣ ସୁରକ୍ଷା, ପୁଲିସ ବ୍ୟବସ୍ଥା ଓ ସୁରକ୍ଷା ଉପରେ ଗୁରୁମନ୍ତ୍ର ଦେଇଥିଲେ। କେବଳ ସେତିକି ନୁହେଁ, ଅପରାଧ କ୍ଷେତ୍ରରେ ଶୂନ ସହନଶୀଳ ନୀତି ଅବଲମ୍ବନ କରିବାଲାଗି ପ୍ରଧାନମନ୍ତ୍ରୀ ରୋକ୍‌ଠୋକ୍ ଜଣାଇଥିଲେ। ଅନ୍ୟପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତକୁ ସୁରକ୍ଷିତ ରଖିବା ଲାଗି ଯେ କୌଣସି ସ୍ତର ପର୍ଯ୍ୟନ୍ତ ଯିବାକୁ ହେବ। ବିଶେଷକରି ଆତଙ୍କବାଦକୁ ଦମନ କରାଯିବ। ଅନୁରୂପ ଭାବେ ଆଭ୍ୟନ୍ତରୀଣ ସୁରକ୍ଷାକୁ ବିଗାଡୁଥିବା ଶକ୍ତିକୁ ଦମନ କରିବା ଲାଗି ପୁଲିସ ଫୋର୍ସକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ପ୍ରତି ରାଜ୍ୟ ପୁଲିସ ମଧ୍ୟରେ ସହଯୋଗ ହିଁ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବ ବୋଲି ଶ୍ରୀ ଶାହ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    93 %
    3.3kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ