Tuesday, September 8, 2026
29.8 C
Odisha

    ପାଗଳ ବିଲୁଆ ଆକ୍ରମଣରେ ୧୩ ଆହତ, ୩ଜଣ ଗୁରୁତର

    ଆଗକୁ ପଢନ୍ତୁ

    ଭୋଗରାଇ: ଭୋଗରାଇ ବ୍ଲକ ଦାହୁଣଦା ପଞ୍ଚାୟତରେ ବିଲୁଆ ଆକ୍ରମଣରେ ୧୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପାଗଳ ବିଲୁଆ ଆକ୍ରମଣରେ ଡେମୁରିଆ ଗ୍ରାମର ଗୀତାଞ୍ଜଳୀ ଦାସ ଓ କମଳାକାନ୍ତ ଦାସ, କାଶିଆ ଗ୍ରାମର ଶଙ୍କର ଦାସ, ହେମାଙ୍ଗୀନି ଦାସ,ବଲାଇ ରାଉଳ, ମଞ୍ଜୁଲତା ରାଉଳ, ଅନୁରାଧା ରାଉଳ, ସୁମିତ୍ରା ରାଣୀ ଦାସ,ପିଙ୍କି ଦାସ, ବାସନ୍ତୀ ଦାସ,ଗଙ୍ଗାଧର ଦାସ,କାଜଲ ବଣ,ବନ୍ଦିତା ବଣ ପ୍ରମୁଖ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣ ଘରକୁ ଫେରି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସିତ ହେଉଛନ୍ତି। ଗ୍ରାମବାସୀମାନେ ମିଳିମିଶି ପାଗଳ ବିଲୁଆକୁ ମାରି ଦେଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ