Tuesday, October 6, 2026
23.5 C
Odisha

    ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ପ୍ରଚାର ପାଇଁ ଆଜି ରାତି ସାଢ଼େ ୯ଟାରେ ଓଡ଼ିଶାରେ ପହଞ୍ଚିିବେ ପ୍ରଧାନମନ୍ତ୍ରୀ। ଏହାପୂର୍ବରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାରକେଡ ରିହରସେଲ ଶେଷ ହୋଇଛି। ଗସ୍ତ ବେଳେ ରାଜଧାନୀ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି। ବ୍ଲୁ ବୁକ ଅନୁସାରେ ଏସପିଜି ସହ ଆଲୋଚନା କରାଯିବ ପରେ ବିମାନବନ୍ଦରରେ ସିଆଇଏସଏଫ ପୁଲିସ ମୁତୟନ ହୋଇଛନ୍ତି।ଏଣେ ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୩ ଜଣ ଡିଏସପି, ୧୦ ଏସସିପି, ୧୭ ଆଇଆଇସି, ୯୦ ଏସଆଇ ଏବଂ ଏସଆଇ ନିୟୋଜିତ ହୋଇଛନ୍ତି। ମୋଟ୍ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ କଂଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ କରାଯିବ। ପୁଲିସ କମିଶନର ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।ଭୁବନେଶ୍ୱରରେ ରାତି ବିତାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ବ୍ରହ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଦ୍ବୋଧନ ଦେବେ। ଏହାର ୩ ଦିନ ପରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ କରିବା ନେଇ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    79 %
    1.5kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ