Monday, September 21, 2026
23.7 C
Odisha

    ଭି.କେ.ପାଣ୍ଡିଆନ ଓ କାମିଆ ଜାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭି.କେ.ପାଣ୍ଡିଆନ ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ କାମିଆ ଜାନିଙ୍କୁ ନେଇ ଯିବା ଘଟଣାକୁ ନେଇ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭି.କେ. ପାଣ୍ଡିଆନ ଓ କାମିଆ ଜାନିଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର କାମିଆ ଜାନିଙ୍କ ଦ୍ଵାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନୀତନୀଙ୍କୁ ଦୁଃଖ ଦେଇଛି। ଏହା ଲକ୍ଷ ଲକ୍ଷ  ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି। ତେଣୁ କାମିଆଙ୍କ ବିରୋଧରେ ମାମଲା ସହ ମନ୍ଦିରକୁ ପ୍ରବେଶ କରିଥିବା ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ମାମଲା ପାଇଁ ଦାବି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    95 %
    0.2kmh
    100 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ