Monday, August 3, 2026
25.6 C
Odisha

    ପ୍ରଥମ ତିନିମାସରେ ଦେଶର ଜିଡିପି ଅଭିବୃଦ୍ଧି ୬.୭%, ପୂର୍ବ ବର୍ଷ ତୁଳନାରେ କମିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷରେ (ଏପ୍ରିଲରୁ ଜୁନ୍) ପ୍ରଥମ ତ୍ରୟମାସରେ ଜିଡିପି ୬.୭ ପ୍ରତିଶତ ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୟମାସରେ ୮.୨ ପ୍ରତିଶତ ଥିଲା। ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୭.୧ ପ୍ରତିଶତ ଜିଡିପି ଆକଳନ କରିଥିଲା। ଏଣୁ ଆକଳନ ତୁଳନାରେ ଅଭିବୃଦ୍ଧି କମ ରହିଛି ।

    କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ ଅଫିସ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ପାଇଁ ଜିଡିପି ତଥ୍ୟ ଜାରି କରିଛି । ଏହି ତଥ୍ୟ ଅନୁଯାୟୀ, ୨୦୨୪-୨୫ ର ପ୍ରଥମ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଗତ ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୟମାସରେ ୮.୨ ପ୍ରତିଶତରୁ ବୃଦ୍ଧି ପାଇଛି। ଅର୍ଥାତ୍ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ହାରରେ ୧.୫ ପ୍ରତିଶତ ହ୍ରାସ ଘଟିଛି।୨୦୨୪-୨୫ ର ପ୍ରଥମ ତ୍ରୟମାସରେ ସ୍ଥିର ମୂଲ୍ୟ ହିସାବରେ ବାସ୍ତବ ଜିଡିପି ୪୩.୬୪ ଲକ୍ଷ କୋଟି ଟଙ୍କା ରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୪୦.୯୧ ପ୍ରତିଶତ ଥିଲା ।ଜିଡିପିରେ ପ୍ରମୁଖ ଯୋଗଦାନ ଦେଉଥିବା ପ୍ରାଥମିକ କ୍ଷେତ୍ରର ଅଭିବୃଦ୍ଧି ୨.୭ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତବର୍ଷର ସମାନ ତ୍ରୟମାସରେ ୪.୨ ପ୍ରତିଶତ ଥିଲା । ଏହି ତିନିମାସରେ କୃଷି କ୍ଷେତ୍ର ମାତ୍ର ୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି । ତେବେ ଆଗକୁ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଭଲ ବର୍ଷା କାରଣରୁ କୃଷି ଉତ୍ପାଦନ ବଢିବାର ସମ୍ଭାବନା ରହିଛି । ଏହା କୃଷି କ୍ଷେତ୍ରର ଅଭିବୃଦ୍ଧିକୁ ବଢାଇବ ବୋଲି ସରକାର ଆଶା କରୁଛନ୍ତି । ସେହିପରି ଅନ୍ୟ କ୍ଷେତ୍ରଗୁଡ଼ିକରେ ବି ସୁଧାର ଆସିବାର ସମ୍ଭାବନା ରହିଛି ।

    ଅନ୍ୟପକ୍ଷରେ ଏହି ତିନିମାସରେ ବିଦ୍ୟୁତ ଉତ୍ପାଦନ ଓ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ସନ୍ତୋଷଜନକ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    91 %
    1.3kmh
    99 %
    Mon
    31 °
    Tue
    31 °
    Wed
    31 °
    Thu
    28 °
    Fri
    29 °

    ସମ୍ବନ୍ଧିତ