Thursday, March 12, 2026
28.7 C
Odisha

    ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ନିଜ ଛାତ୍ରଙ୍କୁ ମାଡ଼ ମାରିଲେ, ପୁଣି ପରେ କ୍ଷମା ମାଗିଲେ । ଛାତ୍ରଙ୍କୁ ମାଡ଼ ମାରୁଥିବାର ଭିିଡିଓ ଭାଇରାଲ ହେବା ପରେ ସଫେଇ ରଖି କ୍ଷମା ମାଗିଛନ୍ତି ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ । ଛାତ୍ରଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ରାହତ ଫତେ ଅଲ୍ଲୀଖାନ କହିଛନ୍ତି କି, ଏହା ତାଙ୍କର ବ୍ୟକ୍ତିଗତ ମାମଲା । ଭିଡିଓରେ ଦେଖିବାକୁ ମିିଳିଥିଲା କି, ଫତେ ଅଲ୍ଲୀଖାନ ଲୋକପ୍ରୀୟ କୱାଲୀ ଗାୟକଙ୍କୁ ବୋତଲ ବାବଦରେ ପଚରାଉଚରା କରିବା ସହ ବାରମ୍ବାର ମାଡ ମାରୁଛନ୍ତି । ହେଲେ ମାଡ ଖାଉଥିବା ଗାୟକ ଜଣଙ୍କ ବାରମ୍ବାର କହୁଛନ୍ତି କି, ସେ ବୋତଲ ବାବଦରେ କିଛି ଜାଣି ନାହାଁନ୍ତି । ଦ୍ୱିତୀୟ ଭିଡିଓରେ କିଛି ଲୋକ ମାଡ ଖାଉଥିବା ସଗିୀତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ପାକିସ୍ତାନୀ ସମା ଟିଭି ମାଡ ଖାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି । ଟିଭି ତରଫରୁ କୁହାଯାଇଛି କି, ଗାୟକଙ୍କ ମଧ୍ୟରେ ଏଭଳି ହିଂସକ ବ୍ୟବହାର ଚିନ୍ତାଜନକ ପ୍ରବୃତି ଅଟେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    15 %
    2.6kmh
    0 %
    Thu
    31 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ