Sunday, April 12, 2026
39.2 C
Odisha

    ଦଳିତଙ୍କ କଥା କହିଲେ ମାଇକ୍ ବନ୍ଦ କରିଦିଆଯାଉଛି :ରାହୁଲ ଗାନ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ଥାନୀୟ ତାଲକଟୋରା ଷ୍ଟାଡିୟମରେ ସମ୍ବିଧାନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ । ଏଠାରେ ରାହୁଲ ଦଳିତ ଓ ଜାତିଗତ ଜନଗଣନା କଥା କହୁଥିଲେ, ସେତେବେଳେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । କିଛି ସମୟ ଅପେକ୍ଷା କରିବା ପରେ ଯେତେବେଳେ ବିଦ୍ୟୁତ ଆସିଲା, ସେ କହିଥିଲେ ଯେ ସେମାନେ ଯେତେ ଚେଷ୍ଟା କଲେ ବି ସେମାନେ ଆମକୁ ଚୁପ୍ କରିପାରିବେ ନାହିଁ, ମୁଁ ଯାହା କହିବାକଥା ତାହା କହିବି। ଆପଣ ଯେତେ ଚାହିଁବେ ମାଇକ୍ ବନ୍ଦ କରିଦିଅନ୍ତୁ। ଯେତେବେଳେ ଆମେ ଦଳିତଙ୍କ ବିଷୟରେ କଥା ବାର୍ତ୍ତା କରିଥାଉ ସେତେବେଳେ ମାଇକ୍ ବନ୍ଦ ହୋଇଯାଏ ।

    ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାର ଆଜି ସଂସଦରେ ସମ୍ବିଧାନ ଦିବସରେ ଏହି କାର୍ଯ୍ୟ କରାଇଛନ୍ତି। ଯଦି ମୋଦି ଜୀ ସମ୍ବିଧାନର ଏହି ପୁସ୍ତକ ପଢ଼ିଥାନ୍ତେ, ତେବେ ସେ ପ୍ରତିଦିନ ଯାହା କରିଥାନ୍ତେ ତାହା କରିନଥାନ୍ତେ। ଏହାକୁ ଏକ ପୁସ୍ତକର ରୂପ ଦିଆଯାଇଛି, କିନ୍ତୁ ଏହା କେବଳ ଏକ ପୁସ୍ତକ ନୁହେଁ । ଭାରତର ଏକବିଂଶ ଶତାବ୍ଦୀରେ ସାମାଜିକ ସଶକ୍ତୀକରଣର ଧାରଣା ଏହି ସମ୍ବିଧାନ ଭିତରେ ରହିଛି ।

    ଗାନ୍ଧୀ, ଫୁଲେ, ଶିବାଜୀଙ୍କ ଚିନ୍ତାଧାରା ସମ୍ବିଧାନ ପୁସ୍ତକରେ ସ୍ଥାନ ପାଇବ ବୋଲି ସେମାନେ କହୁଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ସାବରକରଙ୍କ ଚିନ୍ତାଧାରା ଏଥିରେ ପ୍ରତିଫଳିତ ହେଉଛି କି? ଏହା ସତ୍ୟ ଓ ଅହିଂସାର ପୁସ୍ତକ । ସମ୍ବିଧାନର କୌଣସି ସ୍ଥାନରେ ସରକାର ମିଛ କହି ଚାଲିବା ଉଚିତ, କାହାକୁ ମାରିବା କିମ୍ବା କାଟିବା ବିଷୟରେ ମଧ୍ୟ ଲେଖା ଯାଇନାହିଁ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    8 %
    4kmh
    0 %
    Sun
    38 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ