Saturday, October 10, 2026
21.6 C
Odisha

    ବ୍ୟକ୍ତିଗତ କାରଣ ପାଇଁ ଭାରତ ଫେରିଲେ ଟିମ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର

    ଆଗକୁ ପଢନ୍ତୁ

    ପର୍ଥ : ପର୍ଥ ଟେଷ୍ଟ ଜିତିବା ପରେ ଭାରତୀୟ ଦଳକୁ ନେଇ ଅଷ୍ଟ୍ରେଲିଆରୁ ବଡ ଖବର ସାମ୍ନାକୁ ଆସିଛି । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଭାରତ ଫେରୁଛନ୍ତି । ଗମ୍ଭୀରଙ୍କ ହଠାତ୍ ଫେରିବାର କାରଣ ପ୍ରକାଶ କରାଯାଇନାହିଁ। କିନ୍ତୁ ଏହା ପଛର କାରଣ ବ୍ୟକ୍ତିଗତ ବୋଲି ଅନୁମାନ କରାଯାଉଛି।

    ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ଗୋଲାପୀ ବଲ୍ ରେ ଖେଳାଯିବ। ଏହି ମ୍ୟାଚ୍ ଡିସେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଆଡିଲେଡ୍ ରେ ଖେଳାଯିବ। ଭଲ କଥା ହେଉଛି ଗୌତମ ଗମ୍ଭୀର ପିଙ୍କ ବଲ୍ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଫେରିବେ। ବିସିସିଆଇ ସହ ଜଡ଼ିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗମ୍ଭୀର ଭାରତ ଫେରିବା ନେଇ ସୂଚନା ଦେଇଥିଲେ। ଦ୍ବିତୀୟ ଟେଷ୍ଟ ପୂର୍ବରୁ ସେ ଦଳରେ ଯୋଗଦେବେ ବୋଲି ମଧ୍ୟ କହିଛନ୍ତି। ସେ ବ୍ୟକ୍ତିଗତ ଭାବେ ଫେରିବାର କାରଣ ଦର୍ଶାଇଛନ୍ତି।

    ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ବ୍ୟକ୍ତିଗତ କାରଣରୁ ଦଳ ସହ ଅଷ୍ଟ୍ରେଲିଆରେ ପହଞ୍ଚି ପାରିନଥିଲେ। ଏହି କାରଣରୁ ସେ ପ୍ରଥମ ଟେଷ୍ଟପାଇଁ ଉପଲବ୍ଧ ନଥିଲେ। ରୋହିତଙ୍କ ବ୍ୟକ୍ତିଗତ କାରଣ ଥିଲା ତାଙ୍କ ଦ୍ୱିତୀୟ ସନ୍ତାନର ଜନ୍ମ ସହ ଜଡିତ । ତେବେ ଏବେ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ସେ ସେଠାରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ସେ ଦ୍ବିତୀୟ ଟେଷ୍ଟ ଖେଳିବାର ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ